ଧର୍ମଗଡ଼ ତା ୧୬/୧୨( ହେମନ୍ତ କୁମାର ମାଝୀ) ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଳାହାଣ୍ଡି( ବର୍ତ୍ତମାନ ରେ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳାହାଣ୍ଡି) ର ୧୯୮୨ ଗ୍ରେଜୁଏଟ ଗ୍ରୁପ ଦ୍ଵାରା ବିଗତ ପାଞ୍ଚ ବର୍ଷ ହେଲା ପ୍ରତିବର୍ଷ କଳାହାଣ୍ଡିଆ ୧୯୮୨ ଗ୍ରେଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ ଆୟୋଜନ କରି ଆସୁଛନ୍ତି।
କଳାହାଣ୍ଡି ମହାବିଦ୍ୟାଳୟ ର ଇତିହାସ ରେ ଏଇଟା ଏକମାତ୍ର ଗ୍ରୁପ୍ , ଯିଏ କି ପ୍ରତିବର୍ଷ ସମାବେଶ ର ଆୟୋଜନ କରି ଆସୁଛି।
ଆଜି ଦିନରେ ସମସ୍ତ ସଦସ୍ୟ ଅବସରପ୍ରାପ୍ତ ଏବଂ ବୟସ ଷାଠିଏ ଉପର ପାରି କରି ଥିଲେ ହେଁ ,ପ୍ରାୟ ଷାଠିଏ ସତୁରି ସଦସ୍ୟ ପ୍ରତି ବର୍ଷ ସୁଦୂର ସ୍ଥଳରୁ ଏକତ୍ରିତ ହେଇ ଏହି ସମାବେଶ ରେ ସମ୍ମିଳିତ ହୋଇ ଥାଆନ୍ତି।ରବିବାର ଦିନ ଗ୍ରୁପର ପଞ୍ଚମ ସମାବେଶ ଧର୍ମଗଡ଼ ନିକଟସ୍ଥ ତେଲନଦୀ ଠାରେ ଆୟୋଜନ ହୋଇଥିଲା ।
ସମାବେଶର ପ୍ରାରମ୍ଭ ରେ ସର୍ବଶକ୍ତିମାନ ଈଶରଙ୍କୁ ପ୍ରାର୍ଥନା ଉପରାନ୍ତ , ଦିବଂଗତ ସାଥୀ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।
ଦିବଂଗତ ସାଥିଙ୍କ ପରିବାର ର ସଦସ୍ୟ ମାନଙ୍କୁ ମଧ୍ୟ ଏଇ ଅବସରରେ ଅଭିବାଦନ କରାଯାଇଥିଲା।ପରେ ପରେ ପ୍ରତ୍ୟେକ ସଦସ୍ୟ କିଭଳି ସନ୍ତୁଳିତ ଜୀବନ ଶୈଳୀ ମାଧ୍ୟମରେ ଆନନ୍ଦିତ ଜୀବନ ଯାପନ କରି ହେବ ନିଜ ଅଭିଜ୍ଞତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରେଇଥିଲେ।ଆଜିର ଷାଠିଏ ପାର ବୟସ କୁ ଅତୀତ କଲେଜ ଜୀବନ କୁ ମନେ ପକାଇ , ନାଚ,ଗୀତ,ହସ ଖୁସି, ମନମଉଜ କରି ପୁଣିଥରେ କଲେଜ ଜୀବନର ୟୁବବସ୍ଥା କୁ ମାନସପଟଳରେ ଅବତୀର୍ଣ୍ଣ କରିଥିଲେ ।ପୁରା ଦିନ ଶୋର୍ ଗୁଲ ,ଡାନ୍ସ ଆଦି କରି ଜୀବନଟା କୁ ଉପଭୋଗ କରିଥିଲେ।
ପରିବାରର ଚିନ୍ତା ନା ନାତିନାତୁଣୀ ଙ୍କ ଦୁଷ୍ଟପଣିଆ ।କଲେଜ୍ ଜୀବନର ସେଇ ବାଲୁଙ୍ଗା ପଣିଆ ପୁଣି ଥରେ ଜୀଇଁ ଉଠି ଥିଲା ।ଯୋଗ, ସନ୍ତୁଳିତ ଆହାର ପ୍ରାତଃକାଳୀନ ଭ୍ରମଣ, ଓ ଅନ୍ୟାନ୍ୟ ଶାରିରୀକ ପରିଶ୍ରମ ଜରିଆରେ ଆନନ୍ଦମୟ ନିରୋଗ ଜୀବନ କିଭଳି ପ୍ରାପ୍ତି କରି ହୁଏ ତା ବିଷୟରେ ଚର୍ଚ୍ଚା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏଇ ଗ୍ରୁପର ସଦସ୍ୟ ଏଇ ଦିନ ଅନ୍ତରଙ୍ଗ ବନ୍ଧୁଙ୍କୁ ଆଲିଙ୍ଗନ କରିବା ପାଇଁ , ଦିନକ ପାଇଁ ଦୈନନ୍ଦିନ ଜୀବନ କୁ ଚିନ୍ତା ମୁକ୍ତ କରିବା କୁ ଦୂର ଦୂରାନ୍ତ ରୁ ଆସି ଵନ୍ଦୁ ମିଳନ ପର୍ବ ପାଳିତ କରିଥାନ୍ତି।