ମୁନିଗୁଡ଼ା (ରମାକାନ୍ତ ପଡ଼ାଲ)ଆଜକୁ ଦୁଇଦିନ ହେଲା ଦୁଇଟି ହାତୀଦାନ୍ତ ସହ ୫  ଜଣ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ଦୁଇଜଣ ମାଫିଆ ମୁନିଗୁଡା ଅଂଚଳ ର ହୋଇଥିବା ବେଳେ, ଅନ୍ୟ ୩  ଜଣ ପଡୋଶୀ କଳାହାଣ୍ଡି ର ବୋଲି ଖୋଦ ମୁନିଗୁଡା ରେଞ୍ଜର ଅନିଲ କୁମାର ବଳ !


ତେବେ ପୁଷ୍ପା ସିନେମା ଷ୍ଟାଇଲ ରେ ମାଫିଆ ଦଳ ନିଜର ଦବଦବା କୁ ଦେଖାଇବାକୁ ଯାଇ, ବନବିଭାଗ ର ଏକ ବୋଲେରୋ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଞ୍ଚଳ କୁ ଏକ ପ୍ରକାରଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ , ବନ ବିଭାଗ କୁ ଏକ ପ୍ରକାର ଖୋଲା ଚ୍ୟଲାଞ୍ଚ
ଭଳି ଲାଗୁଚି ! ଦେଖିବାକୁ ଗଲେ ଏଭଳି ଘଟଣା ପ୍ରଥମ ଥର ପାଇଁ ଅଂଚଳ ରେ ଘଟିଥିବା ବେଳେ କୌଣସି ଏକ ରାଜନୈତିକ ଦଳ ର ହାତ ଥିବା ମଧ୍ୟ
ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ଅନ୍ୟପଟେ ଦେଖିବାକୁ ଗଲେ ବନବିଭାଗ କର୍ମଚାରୀ ଙ୍କ ସୁରକ୍ଷା କୁ ନେଇ ମଧ୍ୟ ବିରାଟ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ! ବାସ୍ତବରେ ବନବିଭାଗ ର କୌଣସି କର୍ମଚାରୀ ଙ୍କ ହାତରେ କେବଳ ଲାଠି ବିନା ଆଉ କିଛି ବି ସୁରକ୍ଷା ପାଇଁ ଅସ୍ତ୍ର ନାଇଁ ! ତେବେ ନିଜ ନିଜ ସୁରକ୍ଷା ପାଇଁ ବି ସେମାନଙ୍କ ପାଖରେ ଅସ୍ତ୍ର ସରକାରୀ ସ୍ତରରେ ବ୍ୟବସ୍ଥା ନାଇଁ ,ଏନେଇ ନୁଆଁ ସରକାର କି ନିଷ୍ପତି ନେବେ ତାହା ଏବେବି କାହାରିକୁ ଜଣାନାଇଁ !

ବନବିଭାଗ ଗାଡିକୁ ଫାଇରିଙ୍ଗ ଜୀବନ ବିକଳ ରେ ୧୯  ଜଣ କର୍ମଚାରୀ ଙ୍କ ଜୀବନ ରକ୍ଷା କୁ ନେଇ ରେଞ୍ଜ ଅଫିସର ଙ୍କ ଚିନ୍ତା ଆଉ ଦାୟିତ୍ୱ ମାଫଆ ଙ୍କୁ ଏକ ପ୍ରକାର ନିଜ ପରାକ୍ରମ କୁ ଆହୁରି ଦୃଢ଼ କରିବା ପାଇଁ ମାଧ୍ୟମ ହେବନାଇଁ ତ ?