ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଜଳ ର ସଠିକ୍ ପରିଚାଳନା ଓ ସୁବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପାଣି ପଞ୍ଚାୟତ ପକ୍ଷ ୨୦୨୫ ପାଳନ କରାଯାଉଛିl ଏହି ପରିପ୍ରେକ୍ଷୀରେ ସଚେତନତା ରଥ କୁ ଆଜି ତା 22.12.2024 ରେ ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ପତାକା ଦେଖାଇ ରଥଟିର ଉଦଘାଟନ କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ଅଫିସ ର ସମସ୍ତ ସଦସ୍ୟ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ବିଭାଜନ, ବୌଦ୍ଧ, ନିର୍ବାହୀ ଯନ୍ତ୍ରୀ ବୌଦ୍ଧ ଜଳ ସେଚନ ବିଭାଜନ ବୌଦ୍ଧ ଏବଂ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳ ସେଚନ ବିଭାଜନ ବୌଦ୍ଧ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l
ଏହି ରଥ ଚଳିତ ମାସ ତା.29.12.2024 ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ପାଣି ପଞ୍ଚାୟତ ଗମନ କରି ସମସ୍ତ ସଦସ୍ୟ ଓ କୃଷକ ମାନଙ୍କୁ ପାଣି ର ଉପଯୋଗୀତା ସମ୍ପର୍କରେ ସଚେତନତା ର ବାର୍ତ୍ତା ଦେବl ପାଣି ପଞ୍ଚାୟତ ଅବସର ରେ ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ତରଫରୁ ଏହି ଆୟୋଜନ କରାଯାଇଅଛିl