କାଶୀପୁର ୨୬/୧୨( ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଗୋଡିବାଲି, ଶୁଙ୍ଗେର ଓ ତଳଝିରି ପଞ୍ଚାୟତ ଭଳି ୩ଟି କ୍ଲଷ୍ଟର ର ପାଚିକାଙ୍କୁ ନେଇ ପିଏମ ପୋଷଣ ଯୋଜନା ର ଦ୍ୱିତୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମ ଟିକୁ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁମାରୀ ଦୀପ୍ତିମୟୀ ସିଂ ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ବ କରିଥିଲେ। ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଧର ମାଝୀ ଙ୍କ ଉପସ୍ଥିତି ରେ ତିନି ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟରତ ଶତାଧିକ ପାଚିକା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ମଧ୍ୟରେ ପାଚିକା ମାନଙ୍କର ଗୁରୁଦାୟିତ୍ୱ ଓ ନିଜିର କର୍ତ୍ତବ୍ୟ ସମ୍ବନ୍ଧରେ ତାଲିମ ଏବଂପାଚିକା ନିଜକୁ ଜଣେ ଦାଇତ୍ୱ ସମ୍ପନ୍ନ ରହି ବିଦ୍ୟାଳୟ ପରିସର କୁ ପରିସ୍କାର ଓ ପରିଚ୍ଛନ୍ନତା ପୁଣି ସ୍ବାସ୍ତ୍ୟକର ଓ ପୁଷ୍ଟିକର ମଧ୍ୟାନ ଭଜନ ଖାଦ୍ୟ ପ୍ରସ୍ତୁତ ପାଇଁ ସର୍ବଦା ସଜାଗ ରହି ପରିଚାଳନା କରିବେ । ଇତ୍ୟାଦି ସମ୍ବନ୍ଧ ରେ ଆଜି ତାଲିମ ଶିବିରରେ ଏବିଅଇଓ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଏବଂ କାର୍ଯ୍ୟକ୍ରମ ରେ ତାଲିମ ପ୍ରାପ୍ତ ଶତାଧିକ ପାଚିକା ଓ ସହାୟିକାଙ୍କୁ ଆପ୍ରନ, ଟୋପି ସମେତ ମାନପତ୍ର ପ୍ରଦାନ କରାଯାଇଥିଲା।
ଦ୍ଵିତୀୟ ତାଲିମ ଶିବିର ଶେଷ ହେବାପରେ ଅବଶିଷ୍ଟ ତାଲିମ କାର୍ଯ୍ୟକ୍ରମ ଆଗାମୀ ତା ୩୧/୧୨/୨୦୨୪ ରିଖ ପର୍ଯ୍ୟନ୍ତ କ୍ରମାଗତ ଭାବେ ଚାଲୁ ରହିବ ବୋଲି ବିଭାଗୀୟ ପରିଚାଳକ ଶ୍ରୀ ଚିନ୍ତାମଣି ନାଏକ ପ୍ରକଶ କରିଥିଲେ।