ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ମନ୍ତ୍ରୀ ବିଳମ୍ବିତ ରାତ୍ରି ରେ ଆସି ବୌଦ୍ଧ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିବା ପରେ ଦଳୀୟ କାର୍ଯକର୍ତ୍ତା ପୁଷ୍ପ ଗଛ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ସର୍କିଟ ହାଉସ ରେ ପହଞ୍ଚି ସେଠାରେ ଦଳୀୟ କାର୍ଯକର୍ତ୍ତା ସହ ଆଲୋଚନା କରିଥିଲେ । ପରେ ଜିଲ୍ଲା ର ବିଭିନ୍ନ ଉଣ୍ଣୟନ ମୂଳକ କାର୍ଯ୍ୟ କୁ ନେଇ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ ।

ଜିଲ୍ଲା ର ପ୍ରାଥମିକ ଶିକ୍ଷକ ସଙ୍ଘ ଙ୍କ ୭ଦଫା ଦାବୀ ପତ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦାନ କରାଯାଇଥିଲା । ସର୍କିଟ ହାଉସ ରେ କିଛି ସମୟ ରହିବା ପରେ ହରଭଙ୍ଗା ବ୍ଲକ ର ଚାରିଛକ ଅଭିମୁଖେ ବାହାରି ଯାଇଥିଲେ । ଚାରିଛକ ରେ ବିଜେପି କର୍ମକର୍ତ୍ତା ଙ୍କ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଂଶୁଲା ଯାତ୍ରୀ ନିବାସ ରେ ରାତ୍ରି ଯାପନ କରିଥିଲେ । ଆଜି ସକାଳୁ ହରଭଙ୍ଗା ବ୍ଲକ ର ବିଜେପି କର୍ମୀ ଙ୍କ ସହ ଆଲୋଚନା କରିବା ସହ ଭଞ୍ଜନଗର ଅଭିମୁଖେ ବହାରିଯିବେ ବୋଲି ସୂଚନା ମିଳିଛି ।