କେସିଙ୍ଗା : (ପ୍ରୀତେଶ ପଟେଲ) ନୂତନ ବର୍ଷ ରେ ସମସ୍ତେ ଖୁସି ଥିଲାବଳେ ଅନ୍ୟ ପଟେ ଅନ୍ନଦାତା ର ଆମରଣ ଅନଶନ, ଧାନ ମଣ୍ଡି ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ ମଣ୍ଡି ମାନଙ୍କ ରେ ବିନା କଟନି ଛଟଣୀ ରେ ଧାନ ଉଠିବା କଥା କହିଥିଲେ ।ତା ପରେ ଆରମ୍ଭ ହେଲା ମଣ୍ଡି ,ରାଜ୍ୟ ସରକାରଙ୍କ ଙ୍କ ମନ୍ତ୍ରୀ କହିଥିଲେ ଆମେ କଟନୀ ଛଟଣୀ ବନ୍ଦ କରିବା ପାଇଁ ମଣ୍ଡି ବୁଲୁଥିବା କଥା କହିଥିଲେ ।

ହେଲେ ନା ଜିଲ୍ଲା ପ୍ରଶାସନ କଥା ରହିଲା ନା ରହିଲା ମନ୍ତ୍ରୀ ମହାଶୟ ଙ୍କ କଥା।ମଣ୍ଡିରେ ଚାଲିଛି ୫ରୁ ୭ kg ଧାନ କଟନୀ ଛଟଣୀ । କଟନୀ ଛଟଣୀମୀଳର ଚାଷୀ ହେଉଛି ଶିକାର ।ଦେଖଣା ହାରି ସାଜିଛନ୍ତି ରାଜ୍ୟ ସରକାର ।ମଣ୍ଡିରେ ଚାଲିଛି ମିଲର୍ ରାଜ୍ ।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମଣ୍ଡି ରେ କଟନୀ ଛଟନୀ ବନ୍ଦ ହେବା କଥାକୁ କହୁଥିବା ବେଳେ ପ୍ରକୁତରେ କିନ୍ତୁ ଏହା ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଛି ।

ଆପଣ ବର୍ତ୍ତମାନ ଯେଉଁ ଚିତ୍ର ଗୁଡ଼ିକ ଦେଖୁଛନ୍ତି ଦେଖାଇବୁ ତାହା ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ତୁଣ୍ଡଲା ମଣ୍ଡି ର କଥା ।ମଣ୍ଡିରେ ହେଉଥିବା କଟନୀ ଛଟଣୀ ରାଜ୍ୟ ର ବିଜେପି ସରକାର ଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ମିଳାର ଙ୍କ ରାଜୁତି କୁ ବିରୋଧ କରି ଗ୍ରାମ ପଞ୍ଚାୟତ ଓ ସମବାୟ ବ୍ୟାଙ୍କ୍ ସାମ୍ନା ରେ ଧାରଣ ରେ ବସିଛନ୍ତି ଜଣେ ଚାଷୀ ।ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି ।ଚାଷୀ ହେଉ କି ସରକାର କରିବେ କଣ ,ଯଦି ମିଲାର୍ କଥା ରେ ଧାନ ନ ଉଠେ ତେବେ ମିଳର ଧାନ ନେବ ନାହିଁ ଚାଷୀ ଧାନ ବିକିବ କାହାକୁ ସେଥିପାଇଁ ତ ସରକାର ବି ହାତ ବାନ୍ଧି ବସିଛନ୍ତି ।