
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକ ସନ ରେ ଆଜକୁ ପ୍ରାୟ ଦୁଇ ମାସ ହେଲା ହାତୀ ପଲ ଏରିଆ ଛାଡ଼ୁନାହାନ୍ତି ଯାହାକି ଯେତେ ବେଳେ ଜମି ବାଡ଼ିରେ ପାଚିଲା ଧାନ ଚାଷୀ ଅମଳ କରିବାକୁ ବସିଥିଲାସେହି ସମୟରେ ଖାଇଗଲେ ହେଲେ ଆଜି ଶନିବାର ସକାଳ 6 ଟା ବେଳେ ତଳଗାଁ ଗ୍ରାମର ପଞ୍ଚାନନ ବେହେରା ଙ୍କ ଅଗଣାରେ ନିଆଁ ରେ ପରିବାର ଲୋକେ ବସି ଥିବା ବେଳେ ହଠାତ ଏକ ଦନ୍ତା ହାତୀ ମାଡି ଆସିଲା ଜୀବନ ବ୍ୟାକୁଳ ରେ ଘରକୁ ପଶି ଯାଇ ଥିଲେ ଏବଂ ହାତିଟି ଗୋଟିଏ କାନ୍ଥ ଭାଙ୍ଗି କଣା କରି ପକାଇଲା
ପରେ ସାଇପଡିସା ଲୋକ ମାନେ ଜୀବନ ବ୍ୟାକୁଳ ରେ ଘର ମାନଙ୍କରେ ଲୁଚି ଛପି ଯାଇଥିଲେ ଯାହାକି ଏହି ଘଟଣା ତଳଗାଁ ଫରେଷ୍ଟ ଅଫିସ ସମୁଖ ଏକ ଗରିବ ପରିବାରରେ ଦେଖିବାକୁ ମିଳିଛି ପୁଣି ହାତୀ ଟି ସେଠାରୁ ଜମି ଗହୀର ରେ ଯାଇ ତେନ୍ତୁଳି ପଦର ବାବୁଲା ସାହୂ ଙ୍କ ବାରଣ୍ଡା ଭାଙ୍ଗି ଥିଲା ଏଣୁ ହାତୀ ପାଇଁ ତଳଗାଁ ରେ କୁକୁଆ ଭୟ ଖେଳି ଯାଇଛି l