ଧର୍ମଗଡ଼ ତା ୭/୧/୨୫ (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୮ ତମ ବାର୍ଷିକ ଉତ୍ସଵ ମହା ସମାରୋହରେ ପାଳିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିର କମିଟି ସଭାପତି ସୁନିଲ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବାର୍ଷିକ ଉତ୍ସଵ ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଶ୍ରୀ ମତି ଵଵିତା ପାଟଯୋଶୀ ଅଧ୍ୟକ୍ଷା ପଞ୍ଚାୟତ ସମିତି ଧର୍ମଗଡ଼ ମୁଖ୍ୟ ବକ୍ତା ଭାବେ ମାନନୀୟ ଶ୍ରୀ ଯୁକ୍ତ ଜୟ ନାରାୟଣ ବାବୁ ବିଭାଗୀୟ ସଂଘ ରାଷ୍ଟ୍ରୀୟ ସଂଘ ସେବକ କଳାହାଣ୍ଡି ବିଭାଗ ଵିଦ୍ୟା ମନ୍ଦିରର ସଂପାଦକ ସାଇ ଗୋପାଳ ସାହୁ ଏଵଂ ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ହୋଇ ଶୁଭାରମ୍ଭ କରିଥିଲେ।

ମଞ୍ଚାସିନ ଅତିଥି ମାନେ ଵିଦ୍ୟା ମନ୍ଦିରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସେହିପରି ଆର୍ଥିକ ୨୦୨୪ ,୨୫ ବର୍ଷରେ ଦଶମ ଶ୍ରେଣୀରେ ଆଇ ଏମ୍ ଅଗସ୍ତି ଶତକଡା %୮୬ ପାଇ ଉତିର୍ଣ୍ଣ ହୋଇଥିବା ଛାତ୍ର ଙ୍କୁ ମଧ୍ୟ ଵିଦ୍ୟା ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ମଞ୍ଚକୁ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ନରେନ୍ଦ୍ର ପ୍ରଧାନୀ ପରିଚାଳନା କରିଥିବା ବେଳେ ମଞ୍ଚାସିନ ଥିବା ଅତିଥି ଙ୍କୁ ବିଶ୍ଵ ରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।