ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଶିଥିଳତା 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଏନରୋଲ ମେଣ୍ଟ ଫି ଅଧିକ ନେବା ପ୍ରସଙ୍ଗରେ ଉପଜିଲ୍ଲାପାଳଙ୍କ ତଦନ୍ତ ଆଜକୁ ଏକ ବର୍ଷ ରୁ ଉର୍ଦ୍ଧ ବିତିଯାଇଛି କିନ୍ତୁ ଏଯାଏଁ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ସୂଚନା ଅନୁସାରେ ଗତ ୨୦୨୩  ବର୍ଷ ସେପ୍ଟେମ୍ବର ୨୯  ତାରିଖ ରେ କଲେଜ୍ ର ଡାଟା ଏଣ୍ଟ୍ରି ଅପରେଟର +୩  ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଏନରୋଲ ମେଣ୍ଟ ଫି ବାବଦକୁ ୫୦୦  ଟଙ୍କା ଲେଖାଏଁ ଆଦାୟ କରିଥିଲେ ଯାହାର ପ୍ରକୃତ ଫି କେବଳ ୭୦  ଟଙ୍କା। ଯାହାକୁ ନେଇ ଛାତ୍ର ଛାତ୍ରୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗକରିବା ସହ ୫୭ ଜାତୀୟ ରାଜପଥ କୁ ଅବରୋଧ ମଧ୍ୟ କରିଥିଲେ।

ସେ ସମୟ ରେ ଘଟଣା ଟି ତ୍ରିବ୍ରତର ହୋଇଥିବା ବେଳେ ଉପଜିଲ୍ଲାପାଳ ମହାବିଦ୍ୟାଳୟ କୁ ଆସି ତଦନ୍ତ କରିବା ସହିତ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ। ପରେ ଏହାର ଉତ୍ତର ମଧ୍ଯ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଉପଜିଲ୍ଲାପାଳ ଙ୍କୁ ଦାଖଲ କରିଥିଲେ। କିନ୍ତୁ ଉକ୍ତ ଉତ୍ତର ରେ ଉପଜିଲ୍ଲାପାଳ ସନ୍ତୁଷ୍ଟ ନଥିବା ଗଣ ମାଧ୍ୟମ କୁ ସୂଚନା ଦେବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ସୁପାରିଶ କରିଥିବା କହିଥିଲେ। କିନ୍ତୁ ତଦନ୍ତ କୁ ଏକ ବର୍ଷ ରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ଯ ଏଯାଏଁ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରସଙ୍ଗ ସମସ୍ତଙ୍କୁ ସାଧରଣ ଓ ବୁଦ୍ଧିଜୀବୀ ଙ୍କ ମହଲ ରେ ଚକିତ କରିଚି ଏପରିକି ଉପଜିଲ୍ଲା ପାଳ ଙ୍କ ସ୍ୱଛତା କାର୍ଯ୍ୟ କୁ ନେଇ ଅନେକ ପ୍ରଶ୍ନ ମଧ୍ୟ୍ୟ ଉଠୁଛି l

ଉପଜିଲ୍ଲାପାଳ ଉକ୍ତ ମହାବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଏବଂ ସରକାର ସବୁବେଳେ ସ୍ୱଛତା କାର୍ଯ୍ୟ କରିବା ଏବଂ ବିଶୃଙ୍ଖଳା ଓ ଦୁନୀତି ଗ୍ରସ୍ତ ଉପ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜର ରହିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ଅନୁଷ୍ଠାନ ରେ ଉପଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟ ଦକ୍ଷତା ଉପରେ ବୁଦ୍ଧିଜୀବୀ ଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଶିକ୍ଷାନୁଷ୍ଠାନ ରେ ଟଙ୍କା କାରବାର କରାଯାଇ ଉକ୍ତ ପ୍ରସଙ୍ଗ କୁ ଚାପି ଦିଆଯାଇଥିବା ଭଳି ଅଞ୍ଚଳରେ  ବେଶ୍ ଚର୍ଚା ମଧ୍ୟ ହୋଇଥିଲା । ।  ଏବଂ ଯଦି ସମ୍ପୃକ୍ତଡାଟା ଏଣ୍ଟ୍ରିଅପରେଟର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ସମ୍ପୃକ୍ତଡାଟାଏଣ୍ଟ୍ରିଅପରେଟର ଙ୍କ କଲେଜ ରେ ଆଗାମୀ ଦିନ ରେ ପ୍ରାର୍ଦୁଭାବ ବଢିବା ନେଇ ଆଶଙ୍କା କରାଯାଉଛି। ତେବେ ଏ ପ୍ରସଙ୍ଗ କୁ ଜିଲ୍ଲାପାଳ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଓ ସାଧାରଣ ରେ ଦାବି ହେଉଛି ।