ଧର୍ମଗଡ଼ ; ୧୦/୧ କିଛି ଦିନ ତଳେ ଓଡିଶା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ଗଣ ମାଧ୍ୟମରେ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ ନୂତନ ବ୍ଲକ ଗଠନ ନେଇ ଆଶା ସଂଚାର ହୋଇଛି. ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଂଚଳ ର ୧୧  ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଂଚଳ ବାସୀ ଅଣ୍ଟା ଭିଡିଛନ୍ତି.

ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାନବାହଲି, ଧଅରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକ ର ଗୋତମୁଣ୍ଡା, ସାନପୋଡଗୁଡା, ଡାଲଗୁମା, ମୂଷାପାଲି, ଡାହଗାଁ ଓ ଖୁଣ୍ଟିଆ ପଂଚାୟତ ର ସମସ୍ତ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟଯୋଶୀ ଙ୍କୁ ଭେଟି ପ୍ରସ୍ତାବିତ ନୂତନ ଦଣ୍ଡପାଟ ବ୍ଲକ କୁ ବେହେରା ଠାରେ ପ୍ରତିଷ୍ଠା କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ. ବେହେରା ଦଣ୍ଡପାଟ ଅଂଚଳର ମୁଖ୍ୟ ବାବାସାୟିକ କେନ୍ଦ୍ର.

ଏହି ଅଂଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ବେହେରା ଗ୍ରାମ ଉପରେ ନିର୍ଭର କରନ୍ତି. ଠିକ ସେହିଭଳି ବେହେରା ଠାରେ +୨  ଓ +୩  କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି. ତେଣୁ ନୁଆଁ ସରକାର ଦଣ୍ଡପାଟରେ ନିଶ୍ଚୟ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି .।

ବର୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ଥିବାବେଳେ ଧର୍ମଗଡ଼ ବିଧାୟକ ମଧ୍ୟ ସରକାରୀ ଦଳରୁ ପ୍ରତିନିଧିତ୍ବ କରୁଥିବାରୁ ଏହି ବ୍ଲକ ଗଠନ ପାଇଁ ବିଧାୟକ ନିଜେ ସବୁ ଦାୟିତ୍ୱ ନେବା ସହିତ ମଙ୍ଗ ଧରିବାକୁ ଅଂଚଳ ବାସୀ ଅନୁରୋଧ କରିଥିଲେ. ପୁନଶ୍ଚ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବାକୁ ଶ୍ରୀ ପାଟ୍ଟଶାଣୀ ଙ୍କୁ ଦଣ୍ଣପାଟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ।