ବାଲେଶ୍ୱର (୧୧/୦୧) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅଧୀନ ବାସୁବ୍ରହ୍ମପୁର, ନାଚିନ୍ତା, ମଣ୍ଡଳଶାସନ ଏବଂ ରେମୁଣା ବ୍ଲକ ମହାରାଜପୁର ଗ୍ରାମପଞ୍ଚାୟତର ଗ୍ରାମବାସୀ ମାନଙ୍କ ଅଭିଯୋଗ ଆଧାରରେ :- ଆଠ ବର୍ଷ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଫାଲକୋନ ମେରାଇନ ଏକ୍ସପୋର୍ଟ ଲିମିଟେଡ଼ କମ୍ପାନୀ ଆରମ୍ଭ ହୋଇଥିଲା | ଆରମ୍ଭ ହେବା ଦିନ ଠାରୁ କମ୍ପାନୀର ବାହାରୁଥିବା ଜଳକୁ ନିଷ୍କାସନ କରି ବଙ୍ଗୋପସାଗରରେ ପହଞ୍ଚାଇବା ପାଇଁ ନିକଟରେ ଥିବା ବୁଢ଼ୀ ନଦୀର ସାହାରା ନିଆଯାଇଥାଏ |

ପୂର୍ବରୁ ଏହି ଜଳକୁ ବିଶୁଦ୍ଧିକରଣ କରି କମ୍ପାନୀରୁ ବାହାରକୁ ନିଷ୍କାସନ କରାଯାଉଥିଲା ମାତ୍ର ଏବେ ବିଶୁଦ୍ଧିକରଣ ନକରି ବୁଢ଼ୀ ନଈରେ ଛଡା ଯାଉଛି ; ଫଳରେ ସେହି ବୁଢ଼ୀ ନଦୀର ପାଣି ସମ୍ପୂର୍ଣ ରୂପେ ବିଷାକ୍ତ ହୋଇସାରିଛି | ଯାହାର ପରିଣାମ ଏହି ବୁଢ଼ୀ ନଦୀ ଉପକୂଳରେ ଥିବା ୧୫ ରୁ ଅଧିକ ଗ୍ରାମବାସୀ ଭୋଗୁଛନ୍ତି | ଏହି ବୁଢ଼ୀ ନଦୀର ଜଳକୁ ପ୍ରତିଦିନ ଗାଈ ଗୋରୁ, କୁକୁର, ଛେଳି ଆଦି ନାନା ପ୍ରକାଶ ପଶୁପକ୍ଷୀ ପାନ କରି ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି | ବୁଢ଼ୀ ନଦୀ ଉପକୂଳରେ ଥିବା ଚାଷଜମି ସବୁ ନଷ୍ଟ ହେଉଛି | ଚାଷଜମିରେ କାମ କରିବାକୁ ଯାଉଥିବା ଲୋକମାନଙ୍କର ଦେହରେ ସେହି ଜଳ ଲାଗିବା ଦ୍ୱାରା ଲୋକମାନଙ୍କର ଶରୀରରେ ଯାଦୁ, କାଛୁ, କୁଣ୍ଡିଆ ଭଳି ବିଭିନ୍ନ ସମସ୍ୟା ଦେଖା ଯାଉଛି |

ଅନ୍ୟପଟେ ଲୋକଙ୍କ ଅଭିଯୋଗ ଏହା କି ୨୦୧୯ ମସିହା ନଭେମ୍ବର ୧୩ ତାରିଖ ରାତ୍ରୀ ପ୍ରାୟ ୮ ଘଟିକା ସମୟରେ ସାରା ଓଡିଶାକୁ ଦୋହଲାଇ ଦେଇଥିବା ଭଳି ଖବର ଫାଲକୋନ ମେରାଇନ ଏକ୍ସପୋର୍ଟ ଲିମିଟେଡ଼ କମ୍ପାନୀ ପାଇଁ ଘଟିଲା ; ଫାଲକୋନ ମେରାଇନ ଏକ୍ସପୋର୍ଟ ଲିମିଟେଡ଼ କମ୍ପାନୀର ଶତାଧିକ ମହିଳା ମାନେ ଶାସରୁଦ୍ଧ ହୋଇ ବାଲେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଲେ, କମ୍ପାନୀର ସାତ ଜଣ ଅଫିସରଙ୍କୁ ଗିରଫ କରି ପଚରାଉଚରା କରାଯିବା ପରେ କମ୍ପାନୀକୁ ସିଲ କରାଯାଇଥିଲା ମାତ୍ର କିଛିଦିନ ପରେ ଘଟଣା ଶାନ୍ତ ହେବା ପରେ କମ୍ପାନୀକୁ କ୍ଲିନଚିଟ ଦେଇ ଖୋଲିଦିଆଗଲା |

ଏଥିରେ ସାଧାରଣ ଲୋକଙ୍କ ମନରେ ଅଫିସର ମାନଙ୍କର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଦାବିପତ୍ରରେ ଦର୍ଶଯାଇଛି | ପୂର୍ବରୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଚୁପ କଣ ପାଇଁ | ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ ଯଦି କମ୍ପାନୀକୁ ନେତା ମନ୍ତ୍ରୀ ଅଫିସର ମାନେ ଲାଞ୍ଚ ନେଇ କ୍ଲିନଚିଟ ଦେଉଛନ୍ତି ତାହାଲେ ଦିଅନ୍ତୁ ମାତ୍ର ନଦୀଦ୍ୱାରା ଆସୁଥିବା ଜଳ କିପରି ବିଶୁଦ୍ଧ ହେଉଛି ତାର ଉତ୍ତର ଦେବା ସହିତ ସାଧାରଣ ଜନଜୀବନର ସୁରକ୍ଷା କିପରି ହେବ ସେ ବାବଦରେ କେବେ ପଦକ୍ଷେପ ନେବେ ସରକାର ଏହି ବାବଦରେ ପ୍ରଶ୍ନ କରିଛନ୍ତି |ଘଟଣାଟିରେ ବାଲେଶ୍ୱର ଜିଲ୍ଲାପାଳ ହସ୍ତକ୍ଷେପ କରି କିପରି ସାଧାରଣ ଜନଜୀବନ ସୁରକ୍ଷିତ କରିହେବ ସେ ବାବଦରେ ପଦକ୍ଷେପ ନେବା ପାଇଁ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାନେତ୍ରୀ ହେମଲତା ଗିରି ନିବେଦନ କରିଛନ୍ତି |