କେସିଙ୍ଗା: (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲାର ଲୋକ ସଂସ୍କୃତି ଓ ଆଦ୍ୟକଳା ର ପ୍ରତିବିମ୍ବ ତଥା ଜିଲ୍ଲାର ବିଲୁପ୍ତ ହେଇଯାଉଥିବା ଥିବା କଳା ଓ ସଂସ୍କୃତିକୁ ଉଦଜୀବିତ କରିବା ଲକ୍ଷ୍ୟ ନେଇ ପାଳନ ହେଉଥିବା ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ଇତି ମଧ୍ୟରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବିଦ୍ୟାପୀଠ ଖେଳ ପଡିଆ ପରିସରରେ ନିର୍ମିତ ବୁଢ଼ାରଜା ମଞ୍ଚ ରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଶୁକ୍ରବାର ସକାଳ ୮ ଘଣ୍ଟା ରୁ ଆରମ୍ଭ ହୋଇ ଥିବା ଉକ୍ତ ଉତ୍ସବ ଟି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ କେସିଙ୍ଗା ର ଅଧିଷ୍ଟାତ୍ରି ମା ବୁଢ଼ା ଡଙ୍ଗର ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ରେ ଘୁମୁରା,ଆଦିବାସୀ ନୃତ୍ୟ ,ସମ୍ବଲପୁରୀ ବାଦ୍ୟ ସହିତ ସହର ପରିକ୍ରମା କରି ବୁଢ଼ାରଜା ମଞ୍ଚ ରେ ମଶାଲ ସ୍ଥାପନ କରି ଉଦ୍ଘାଟନ ହୋଇଥିଲା ବୁଢ଼ାରଜା ମଞ୍ଚ।ସକାଳ ୧୦ଟା ରେ ଅନୁଷ୍ଠିତ ହୋଇଥିଲା ଅଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କର ଖୋଜ ଆରମ୍ଭ ହୋଇ ଥିଲା ବିଭିନ୍ନ ପ୍ରତିଯୋଗିତା ଯେଉଁଠି ରହିଥିଲା ଲୋକନୃତ୍ୟ, ଲୋକଗୀତ,ଝୋଟି ,ଶଙ୍ଖଫୁକା, ହୁଲୁହୁଲି,କବିତା ପାଠୋତ୍ସବ, ଭଲିବଲ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଶେଷରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ନଗରପାଳ ନୃପ ରାଜ ଯାଦବ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା
ସାରସ୍ଵତ ସମାରୋହ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭୂପେନ୍ଦ୍ର ସିଂ ,ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୀନ୍ଦ୍ର ହୋନନାଗା ଏବଂ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି। ଶେଷ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ବାରା ପରିବେଷିତ ନାଚ ଗୀତରେ ବୁଢ଼ାରଜା ମଞ୍ଚ ଦୁଲୁକିବା ସହିତ ଜନସାଧାରଣ ଙ୍କୁ ପ୍ରବଳ ଶୀତ ସତ୍ତ୍ୱେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବାନ୍ଧିକି ରଖିଥିଲା।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଉପ ନଗରପାଲ ସରସ୍ଵତୀ ସାହା,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ ଚାନ୍ଦ,ମୋହନ ସାହୁ,ଶ୍ରୀନିବାସ ପଟ୍ଟନାୟକ, ନାରାୟଣ ମହାରଣା,ଆକୁଳ ନାଏକ,ନୃସିଂହ ବେହେରା,ଗଦାଧର ସିଂଦେଓ ,କାଉନସିଲର ରମାକାନ୍ତ ଜେନା,ରୋହିତ ଜୈନ,ଶମ୍ଭୁ ବଗର୍ତ୍ତି ଓ ଅନ୍ୟ ସମସ୍ତ କାଉନସିଲର, ବିଜେପି ନଗର ସଭାପତି ମଗନ ସିନ୍ଦୂର, ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ, ଶିଲୁ ପରିଡ଼ା , ନଳୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା କରିଥିଲେ ଅଞ୍ଚଳ ର ଜଣାଶୁଣା ଉଦ୍ଘୋଷକ ଚନ୍ଦ୍ରଶେଖର ଆଚାରି ।