ଭୁବନେଶ୍ବର : ୧୧/୦୧ ଗତ ଶନିବାର ସିଂହପୁର ବଜାରର କାଳୀ ମଣ୍ଡପ ଠାରେ ଯାଜପୁର ବିକାଶ ମଞ୍ଚ ଆନୁକୂଲ୍ୟରେ ବ୍ୟବହାର ଉପଯୋଗୀ ବସ୍ତ୍ର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସମ୍ପାଦନ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନ୍ ସିଂହପୁର ବଜାର କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ବେହୁରିଆ ଉଦ୍ଘାଟକ ଥିଲେ ।
ବଜାର କମିଟିର ବରିଷ୍ଠ ସଭ୍ୟ ସର୍ବଶ୍ରୀ ସନାତନ ଥାଟୋଇ, ଶ୍ରୀକାନ୍ତ ଥାଟୋଇ, ଅଞ୍ଜନ ମିଶ୍ର, ନିଲୋକ ସାହୁ ଓ ଅନ୍ୟ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ନିଳମାଧବ ପଡ଼ିହାରୀ ଓ ବିଷ୍ଣୁ ଚରଣ ଥାଟୋଇ ଏହି କାର୍ଯ୍ୟରେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିକାଶ ମଞ୍ଚ ର ସଭାପତି-ଶ୍ରୀ ଅକ୍ଷୟ କୁମାର ଦାସ୍, ସମ୍ପାଦକ-ଶ୍ରୀ କିଶୋର କୁମାର ଦାଶ୍, ପୂର୍ବତନ ସମ୍ପାଦକ-ଶ୍ରୀ ନିରଞ୍ଜନ ନାୟକ, ବରିଷ୍ଠ ସଦସ୍ୟ-ଶ୍ରୀ ତରୁଣ କୁମାର ନନ୍ଦ ଓ ଶ୍ରୀ ସୁବାଷ ଚନ୍ଦ୍ର ଦେବତା ମହୋଦୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।