ଭୁବନେଶ୍ବର : ୧୨/୦୧ ଆଜି ପୂର୍ବ ଯାଜପୁର ସ୍ଥିତ ମଙ୍ଗଳପୁର ବଜାରରେ ଯାଜପୁର ବିକାଶ ମଞ୍ଚ ଦ୍ୱାରା ଆୟୋଜିତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ ମଞ୍ଚ ରଚଳିତ ବର୍ଷର ଥିଲେ ଦିଅନ୍ତୁ ଓ ନଥିଲେ ନିଅନ୍ତୁ କାର୍ଯ୍ୟର ପରିସମାପ୍ତି ଘଟିଛି । ଆଜି ମଙ୍ଗଳପୁର ଠାରେ ଏହି କାର୍ଯ୍ୟକୁ ଅନୁଷ୍ଠାନର ସଭାପତି -ଶ୍ରୀ ଅକ୍ଷୟ କୁମାର ଦାସ୍,ସମ୍ପାଦକ – ଶ୍ରୀ କିଶୋର କୁମାର ଦାଶ୍, ବରିଷ୍ଠ ସଦସ୍ୟ – ଶ୍ରୀ ତରୁଣ କୁମାର ନନ୍ଦ, ପୁରାତନ ସମ୍ପାଦକ-ଶ୍ରୀ ନିରଞ୍ଜନ ନାୟକ୍ ଓ ମଞ୍ଚର ନୂତନ ସଦସ୍ୟ-ଶ୍ରୀ ସୁବାଷ ଚନ୍ଦ୍ର କର ମହୋଦୟ ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେମଙ୍ଗଳପୁର ବଜାର କମିଟିର ସଭାପତି ଶ୍ରୀ ଚକ୍ରଧର ବେହୁରିଆ ଉଦ୍ଘାଟକ ଭାବରେ ଯୋଗ ଦେଇ କାର୍ଯ୍ୟ ସମ୍ପାଦନ କରିବାରେ ସହଯୋଗ କରିଥିଲେ। ଏଥି ସହିତ ଶ୍ରୀ ଦଶରଥ ସାହୁ, ଶ୍ରୀ ବାସୁଦେବ ସାହୁ, ଶ୍ରୀ ସରୋଜ କୁମାର ଜେନା, ଶ୍ରୀ ସନ୍ତୋଷ ପୃଷ୍ଟି , ଶ୍ରୀ ଆଲୋକ ଚନ୍ଦ୍ର ବାରିକ୍ ,ଶ୍ରୀ ବଦ୍ରିନାଥ ସାହୁ, ଶ୍ରୀ ବୈରାଗି ଚରଣ ସାହୁ, ଶ୍ରୀ ଦାମୋଦର ସାହୁ, ଶ୍ରୀ ଅଭୟ ପୃଷ୍ଟି ଓ ବିବିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଥିଲେ । ଯାଜପୁର ବିକାଶ ମଞ୍ଚ ର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ ।