କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ଜିପି ର ଜୋଗୀପାରୀ ତୁଣ୍ଡା ଗାଁ ବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲଚନା ର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଅହରିଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି ତୁଣ୍ଡା ଗାଁ ଗ୍ରାମବାସୀ ଉତ୍କଳ କମ୍ପାନୀ କୁ ଜଳ, ଜମି, ଜଙ୍ଗଲ ଦେଇ ଥିବା ସ୍ଥଳେ ଦୁଇ ଦଶନ୍ଦୀ ହେବ ଉତ୍କଳ କମ୍ପାନୀ ତାଙ୍କୁ ବିଶେଷ ଭାବେ ଅଣଦେଖା କରିଛି ଓ ଆଜିପର୍ଯ୍ୟନ୍ତ ଗ୍ରାମବାସୀଙ୍କ ମୌଳିକ ଅଧିକାର ପୂରଣ କରିନାହିଁ କିମ୍ବା କୌଣସି ରୋଜଗାର ଦେବରେ କମ୍ପାନୀ ର ଆନ୍ତରିକତା ମୌଳିଯାଇଛି ବୋଲି ପ୍ରାୟ ଦୁଇ ସପ୍ତାହ ହେଲା ସମସ୍ତ ଗ୍ରାମବାସୀ ମୁଖ୍ୟ ସଡ଼କ ଅବରୋଧ କଲାପରେ କମ୍ପାନୀ କୁ ଜଳ ଯୋଗାଉଥିବା ଇଣ୍ଟେକ ର ଜଳ ଅବରୋଧ କରି ଏକ ନଦୀ ହିଡ଼ ବାନ୍ଧି ଜଳ କୁ ଅନ୍ୟ ଦିଶାରେ ପ୍ରବାହିତ କରିଥିଲେ ଏବଂସେମାନଙ୍କ ଦାବୀଥିଲା ସମସ୍ତ ଗ୍ରାମବାସୀ ୨୫୨ ପରିବାରଙ୍କୁ ରୋଜଗାର ଯୋଗାଇଦେବା , ପାନୀୟ ଜଳ, ଗମନାଗମନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ଉପରେ ବିଶେଷ ଭାବେ ଧ୍ୟାନ ଦେବା କିନ୍ତୁ କମ୍ପାନୀ ର ଅବହେଳା ନୀତି କ୍ରମାଗତ ଥିବା ହେତୁ ଆନ୍ଦୋଳନ ରେ ଅଡି ବସିଥିଲେ ବୋଲି ପୂର୍ବରେ ପ୍ରକଶ କରିଥିଲେ।

ଏହିପରି କ୍ରମାଗତ ଭାବେ କମ୍ପାନୀ କତୃପକ୍ଷଙ୍କ ସହ ଗ୍ରାମବାସୀଙ୍କ ବାଦବୀବାଦ କ୍ରମେ ସମାଧାନ ର କୌଣସି ବାଟ ଫିଟୁ ନଥିଲା।
ହେଲେ ଗତ ୧୯/୧/୨୫ ରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଏକ ପ୍ରକାର ସମାଧାନ ର ଆଶ୍ୱାସନା ଗ୍ରାମବାସୀ ଙ୍କୁ ମିଳିଥିବା ପରିଲକ୍ଷିତ ହୋଇଛି।

ଗ୍ରାମ ବାସୀଙ୍କ ଦ୍ଵାରା ଏକ ଲିଖିତ ହ୍ୟାଣ୍ଡ ନୋଟ ରେ ପୋଲିସ ପ୍ରଶାସନ ଓ କମ୍ପାନୀ କତୃପକ୍ଷ ଙ୍କ ଦସ୍ତଖତ ହେବା ପରେ କମ୍ପାନୀ କତୃପକ୍ଷ ଉପଜିଲ୍ଲାପାଳ ଙ୍କ ସହମତି କ୍ରମେ ତାଙ୍କ କାର୍ଯ୍ୟାଳୟ ରେ ସାମୁହିକ ଆଲଚନା କରାଯିବ ବୋଲି ଉଲ୍ଲେଖ କରିଥିଲେ ଏବଂ ଆଲଚନା ପାଇଁ ଆସନ୍ତା ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା ।