ଧର୍ମଗଡ଼:-ତା ୨୩/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କନାଗାଁ ଗ୍ରାମର ମୁକ୍ତେଶ୍ଵର ନାଏକ ବୟସ -୪୦ ଆଜ କୁ ପ୍ରାୟ ୧୧ ଦିନ ହେବ ନିଖୋଜ ଥିବା ଧର୍ମଗଡ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ ଗତ ଜାନୁଆରୀ ୮ ତାରିଖ ଦିନ କନାଗାଁ ଗ୍ରାମ ର ହିମାଦ୍ରୀ ନାଏକ ଙ୍କ ସ୍ୱାମୀ ମୁକ୍ତେଶ୍ଵର ନାଏକ ଅସୁସ୍ଥ ଥିବାରୁ ତାଙ୍କୁ କଟକ ଏସ.ସି.ବି ମେଡ଼ିକାଲ କଟକ କୁ ଚିକିତ୍ସା କରିବା ପାଇଁ ନେଇଥିଲେ ।
ଚିକିତ୍ସା ସାରି ତା ୯ ଜାନୁଆରୀ ରାତ୍ରି ଘ ୯ ସମୟ ରେ ଭୁବନେଶ୍ୱର ରୁ ଟ୍ରେନରେ ଫେରିବା ବେଳେ ସ୍ତ୍ରୀ ସୋଇ ପଡ଼ିଥିବା ବେଳେ ବିଜେନଗରମ ଠାରେ ସ୍ୱାମୀ ମୁକ୍ତେଶ୍ଵର କୁ ପାଇଁ ନ ଥିଲେ । ସେଇଠାରେ ଖୋଜାଖୋଜି କଲାପରେ ମଧ୍ୟ ପାଇଲେ ନାହିଁ ।ସେ ଗଲା ବେଲେ ଗୋଟିଏ କଲା ରଙ୍ଗର ପେଣ୍ଟ ଓ ଧଳା ରଙ୍ଗ ର ସାର୍ଟ ପିନ୍ଧି କି ଫେରୁଥିଲେ।
ଏନେଇ ପରିବାର ତରଫରୁ ବିଜେନଗରମ ଥାନାରେ ୧୦ ଜାନୁଆରୀ ଓ ଧର୍ମଗଡ ଥାନାରେ ୧୬ ଜାନୁଆରୀ ରେ ଏକ ଅଭିଯୋଗ କରିଛନ୍ତି।ଧର୍ମଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି। ଘଟଣାକୁ ୧୧ଦିନ ବିତି ଯାଇଥିଲେ ହେଁ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୋଲିସ ନିଖୋଜ ଯୁବକର ସନ୍ଧାନ କରି ଶୀଘ୍ର ଉଦ୍ଧାର କରିବା ପାଇଁ ପରିବାର ସାଧାରଣରେ ଦାବି କରିଛନ୍ତି ।