ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ର ଅତିତ ଐତିହ୍ୟ, ଗୌରବ,ପରମ୍ପରା କୁ ପୁର୍ନର୍ଜୀବିତ କରିବା ପାଇଁ ଅଞ୍ଚଳ ବାସୀଙ୍କ ନୂତନ ପରିକଳ୍ପନା ରାଜ୍ୟ ସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ l ଚଳିତ ବର୍ଷ ଏହି ହରଭଙ୍ଗା ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ଟି ତୃତୀୟ ବର୍ଷ ରେ ପଦାର୍ପଣ କରିଛି l ଆଜି ଏହି ତୃତୀୟ ରାଜ୍ୟ ସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ପ୍ରଥମେ ଅଂଚଳର ଅଧିଷ୍ଠାତ୍ରୀ ଦେବି ମା ରୁଦ୍ର କାଳୀ ପୀଠ ରୁ ରୀତିନୀତି ରେ ପୂଜାର୍ଚନା କରି ମା ଙ୍କ ଦିବ୍ୟ ମଶାଲ ଶୋଭାଯାତ୍ରା, ପାରମ୍ପରିକ ଲୋକ ବାଦ୍ୟ, ଲୋକ ନୃତ୍ୟ, ଅଘୋରୀ ନୃତ୍ୟ ର ତାଳେ ତାଳେ ମହୋତ୍ସବ ପଡିଆକୁ ଏକ ବିରାଟ ଶୋଭାଯାତ୍ରା ରେ ଆଣି ମଞ୍ଚରେ ପୂଜା ଅର୍ଚନା କରି ଅବସ୍ଥାପିତ କରାଯାଇଥିଲା l

ଶୋଭାଯାତ୍ରା ରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଯୋଗଦେଇଥିବା ବେଳେ ହରଭଙ୍ଗା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ତୃତୀୟ ରାଜ୍ୟ ସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ର ଉଦ୍ଘାଟନୀ ଦିବସରେ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମହୋତ୍ସବ କମିଟି ର ସଭାପତି ସଂଗ୍ରାମ କେଶରୀ ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ଓଡିଶା ସରକାର,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମହୋତ୍ସବ କମିଟିର , କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ବେହେରା, ସମିତି ସଭ୍ୟ ଚିତ୍ତ ରଞ୍ଜନ ସେଠି, ବରିଷ୍ଠ ଉପଦେଷ୍ଟା ପ୍ରଦୀପ୍ତ କୁମାର ସାହୁ ମଂଚାସୀନ ରହି ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ l

 

ମଂଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଉଦଘାଟନି ସନ୍ଧ୍ୟା ରେ ଅଂଚଳର ପାରମ୍ପରିକ ଲୋକ ନୃତ୍ୟ, କୃଷ୍ଣ ଗୁରୁ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ସହିତ ସମ୍ବଲପୁରୀ କଳାକାର ଙ୍କ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା l ମଶାଲ ଶୋଭା ଯାତ୍ରାରେ ଅଘୋରୀ ନୃତ୍ୟ ରେ ଦର୍ଶକ ଙ୍କ ମନ ମୋହିଥିଲା l ଅନ୍ୟପଟେ ପଲ୍ଲିଶ୍ରୀ ମେଳା ମିନା ବଜାର, ଚଟ, ପଟି ସୁସ୍ୱାଦୁ ଖାଦ୍ୟ ରେ ଜନ ସମାଗମ ଦେଖା ଦେଇଥିଲା l ଉଦଘାଟନୀ ଦିବସରେ ମହୋତ୍ସବ କମିଟିର ସମସ୍ତ ସଦସ୍ୟ,ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ,ସାତ ଗୋଟି ପଂଚାୟତ ର ଜନ ପ୍ରତିନିଧି, ଡ୍ରାଇଭର ମହାସଂଘ,ସହଯୋଗ କରିଥିଲେ l