ବୌଦ୍ଧ (ଚିତ୍ତରଞ୍ଜନ ସିଂହ) :ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ହରଭଙ୍ଗା ଲୋକକଳା ଓ ସାଂସ୍କୃତିକ ପରିଷଦର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଜ୍ୟସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀମେଳା- ୨୦୨୫ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତୃତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ହରଭଙ୍ଗା ର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ସମ୍ମାନିତ ଅତିଥିଭାବେ ହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାସ, ଡ. ଶ୍ରୀବନ୍ତ ସ୍ୱାଇଁ, ମହୋତ୍ସବ କମିଟିର ସମ୍ପାଦକ ସରୋଜ ଭୋକ୍ତା ପ୍ରମୁଖ ଯୋଗ ଦେଇଥିଲେ l
ସମ୍ପାଦକ ମହୋତ୍ସବ ର ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ହରଭଙ୍ଗା ଲୋକକଳା ଓ ସାଂସ୍କୃତିକ ପରିଷଦର କୋଷାଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ସଭାପତି ଧନ୍ୟବାଦ ପ୍ରଦାନ କରିଥିଲେ l ସଭାକାର୍ଯ୍ୟ ପରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ରଂଜିତ ଡ୍ୟାନ୍ସ ଗ୍ରୁପ ସମ୍ପଲପୁର, ଯୋଶବନ୍ତ ସାଗର, ମାଧବ, ନିବାସ ଙ୍କ ସମ୍ବଲପୁରୀ ଗୀତ ଓ ନୃତ୍ୟ ରେ ମଞ୍ଚ ଦୁଲୁକି ଥିଲା l ଅନ୍ୟ ପଟେ ମିନବଜାର ଚଟ ପଟି ଖାଦ୍ୟ ଷ୍ଟଲ ରେ ଲୋକ ଙ୍କ ଭିଡ଼ ଲାଗି ରହିଥିଲା