ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତାପାଲି ଠାରେ ଦୀର୍ଘ ପାଞ୍ଚ ବର୍ଷ ହେବ ବୌଦ୍ଧ ସହରର 150 ବୁଲା ଗାଈଗୋରୁ ମାନଙ୍କୁ ନେଇ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପ୍ରତିଷ୍ଠା କରି ପ୍ରତିପାଳନ କରି ଆସୁଛନ୍ତି l ଓଡିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଆର୍ଥିକ ଅନୁଦାନ ପାଇ ବୁଲା ଗାଈ ଗୋରୁଙ୍କ ଥଇଥାନ କେନ୍ଦ୍ର ସମ୍ପୂର୍ଣ୍ଣ ହେବାକୁ ଯାଇ ଆସନ୍ତା ମାର୍ଚ୍ଚ 08 ତାରିଖ ଠାରୁ 16ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ କରି ଗୋଶାଳା ଶୁଭ ଉଦଘାଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରା ଯାଇଥିଲା l

ବୌଦ୍ଧ ଜିଲ୍ଲାର ଗୋପ, ମଥୁରା, ବୃନ୍ଦାବନ, ରାଧା ନଗର, କୃଷ୍ଣ ମୋହନ ପୁର, ହେରେକୃଷ୍ଣ ପୁର, କୃଷ୍ଣପାଲି ଗ୍ରାମ ମାନଙ୍କୁ ନେଇ ରାଧା କୃଷ୍ଣଙ୍କ ଲୀଳା କ୍ଷେତ୍ରରେ ପରିଣତ କରିବା ସହିତ ଅଞ୍ଚଳର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଯଥା -ମାହେଶ୍ୱରୀ ଗୋଶାଳା ଉଦଘାଟନ ଅବସରରେ ଗୋ -ପୁଜନ,ନାମ ଯଜ୍ଞ, ଅନ୍ନ ଯଜ୍ଞ,ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ, ଜପ ଯଜ୍ଞ, ଯୋଗ, ପ୍ରାଣା୍ୟାମ,ରାଜ୍ୟ ସ୍ତରୀୟ ସାହିତ୍ୟ ସଂସ୍କୃତି ଓ ସମୋନ୍ୱୟ ସମାରୋହ,ରାଜ୍ୟ ସ୍ତରୀୟ ବୈଦ୍ୟ, ଆୟୁବେଦ ଓ ପ୍ରାଣୀ ଚିକିତ୍ସକ ସମ୍ବିଳନୀ, ରାଜ୍ୟ ସ୍ତରୀୟ ଗୋପାଳକ,ଜୈବିକ କୃଷକ ଓ କୃଷକ ଉତ୍ପାଦକ କଂପାନୀ ସମ୍ବିଳନୀ,ରାଜ୍ୟ ସ୍ତରୀୟ କଳାକାର ସମ୍ବିଳନୀ, ରାଜ୍ୟ ସ୍ତରୀୟ ଗୋସେବକ ଓ ସାଧୁ ସନ୍ଥ ସମ୍ବିଳନୀ,ରାଜ୍ୟ ସ୍ତରୀୟ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ସମ୍ବିଳନୀ, ରାଜ୍ୟ ସ୍ତରୀୟ ଯୁବ ଉଦ୍ୟୋଗୀ ସମ୍ବିଳନୀ ସହିତ ଶ୍ରୀକୃଷ୍ଣ ଲୀଳା ମହୋତ୍ସବ ଓ କଂସ ବଧ, ,ପୌରାଣିକ ଅପେରା, କୃଷ୍ଣ ଗୁରୁ, ପାଳା, ଦାସକାଠିଆ,ଝାଳିଆ ଶବର, ପତର ସଉରା,ଦଣ୍ଡ ଝଲକ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲୀ ଶ୍ରୀ ମେଳା,ମିନା ବାଜ଼ାର ଓ ଆମ ଗାଁ ଦୋକାନ ଓ ଆମ ଗାଁ ହାଟ ମେଳା( କୁଟୀର ଶିଳ୍ପ ଓ ହସ୍ତ ଶିଳ୍ପ ),ଆଧ୍ୟାତ୍ମିକ ଓ ଆୟୁର୍ବେଦ ପୁସ୍ତକ ମେଳା, ପାରମ୍ପରିକ କୃଷି ଯନ୍ତ୍ରପାତି, ବାଉଁଶ, କାଠ, ମାଟି, ଲୁହା, ପଥରରେ ପ୍ରସ୍ତୁତି ଉତ୍ପାଦ ମେଳା, ପାରମ୍ପରିକ ଖାଦ୍ୟ ଓ ଶ୍ରୀ ଅନ୍ନ ମେଳା l

ରକ୍ତଦାନ ଶିବିର, ଆୟୁର୍ବେଦ, ପ୍ରାକୃତିକ, ଜଳ ଓ ପଞ୍ଚ ଗବ୍ୟ ଚିକିତ୍ସା, ପଞ୍ଚ କର୍ମ ଚିକିତ୍ସା ତାଲିମ, ପଞ୍ଚଗବ୍ୟ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବା ପାଇଁ ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସୂଚନା ପ୍ରଦାନ କରିଥିବାବେଳେ ଉକ୍ତ ବୈଠକ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ମୁଖ୍ୟବକ୍ତା ଭାବେ ଗଞ୍ଜାମର ବାବା ହରିଶଙ୍କର ଗିରି ଯୋଗ ଦେଇ ରାଜ୍ୟ ସ୍ତରୀୟ ଗୋସେଵ ଓ ସାଧୁ ସନ୍ଥ ସମ୍ବିଳନୀ ଆୟୋଜନ ନିମନ୍ତେ ଦାୟିତ୍ୱ ନେବାକୁ ପ୍ରତିଶୃତି ଦେଇଥିଲେ l ସଂମ୍ମାନୀତ ଅତିଥି ଭାବେ କୃତ୍ତିବାସ ରଥ ଜିଲ୍ଲା ଧାର୍ମିକ, ସାଂସ୍କୃତିକ ଓ କଳାକାର ସମ୍ବିଳନୀ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ସଂମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରତାପ କୁମାର ରଥ, ଅଧ୍ୟାପକ ଡ. ପ୍ରବୀର କୁମାର ଦାସ, ଶିକ୍ଷାବିତ ବସନ୍ତ କୁମାର ସାହୁ,ଜଗନ୍ନାଥ ଧର୍ମ ପ୍ରଚାରକ ଚନ୍ଦ୍ରକାନ୍ତ ନାୟକ, ଯୋଗଦେଇ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ଶ୍ରୀ ରାଧା ମାଧବ ସେବା ଶ୍ରମର ପ୍ରତିଷ୍ଠାତା ବ୍ରହ୍ମଚାରୀ ଆଦିତ୍ୟ ଦାସଙ୍କୁ ଦାୟିତ୍ୱ ଅର୍ପଣ କରା ଯାଇଥିବା ବେଳେ ସହ ସଂଯୋଜକ ଭାବେ ସଦାଶିବ ପାତ୍ରଙ୍କୁ ମନୋନୀତ କରାଯାଇ ଆସନ୍ତା ମାର୍ଚ୍ଚ 08 ତାରିଖ 16 ତାରିଖ ପବିତ୍ର ଦୋଳ ପୁର୍ଣିମା ଅବସରରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ସମସ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ଯଜ୍ଞ ଓ ପୂଜାକାର୍ଯ୍ୟ ପାଟଣାଗଡ଼ର ମା ଭଗବତୀ ଗୋଶାଳାର ପ୍ରତିଷ୍ଠାତା ତଥା ଗାୟତ୍ରୀ ପରିବ୍ରାଜକ ରାମକୃଷ୍ଣ ସାହୁ ତୁଳାଇ ଥିଲେ l ଶେଷରେ ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l