ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଇଁ ଆସନ୍ତା ଅକ୍ଷୟ ତୃତୀୟା ଦିନ ଧାର୍ଯ୍ୟ କରାଯାଇଛି ଆଜି ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ବିଧିବଦ୍ଧ ଆଲୋଚନା ହୋଇଥିଲା କମିଟି ସମ୍ପାଦକ ସୁକାନ୍ତ ଦାସ ଏଥି ପାଇଁ ଆନୁମାନିକ ବ୍ୟୟ ବରାଦ ଉପରେ ଆଲୋଚନା କରିଥିଲେ ଉପ ସଭାପତି ରସାନନ୍ଦ ସାହୁ

ମନ୍ଦିର ରେ ଚାଲିଥିବା କାମ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଶେଷ କରିବା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ ସୂଚନା ଯୋଗ୍ୟ ଯେ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ମଧ୍ୟ 2023 ମସିହା ପବିତ୍ର ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହୋଇଥିଲା ଅନ୍ୟ ଏକ ବୈଠକ ରେ ପ୍ରତିଷ୍ଠା ଉତ୍ସବ ର ନୀତି ନିର୍ଘଣ୍ଟ ବ୍ୟାପକ ପ୍ରସ୍ତୁତି ନେଇ ଆଲୋଚନା ହେବ ବୋଲି ସମ୍ପାଦକ ସୁକାନ୍ତ ଦାସ ସୂଚନା ଦେଇଛନ୍ତି ଆଜିର ବୈଠକ ରେ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସେବାୟତ ଓ 16 ଖଣ୍ଡ ମୌଜା ର ପ୍ରତିନଧି ସମୂହ ଅପସ୍ଥିତ ଥିଲେ l