ବୌଦ୍ଧ (ଚିତ୍ତରଞ୍ଜନ ସିଂହ)  ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି l ମନ୍ଦିର ନିର୍ମାଣ କମିଟି ରାଜେନ୍ଦ୍ର ମେହେରଙ୍କ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣ କମିଟି ସହ ୪୦୦ ରୁ ଉର୍ଦ୍ଧ୍ୱ ସ୍ବେଛାସେବୀ  ସହ ଆଖ ପାଖ ଗ୍ରାମବାସୀଙ୍କ ସହଯୋଗରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛି l

ପ୍ରତେକ ଦିନ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ସଦସ୍ୟ ମାନଙ୍କୁ ସକାଳ ୧୨ ଟାରୁ ରାତ୍ରି ୧୨ ଟା ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ ତଥା ହରିହlଟରେ  ପ୍ରସାଦ ବଣ୍ଟନ କରାଯାଉଛି l ଶନିବାର ୫୦ ହଜାରୁ ଅଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ହରି ପ୍ରସାଦ ଗ୍ରହଣ କରିଥିଲେ l

ଅପରାହ୍ନରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ  ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ  ହରିହlଟ ସହ ଭଣ୍ଡାର ଘର ବୁଲି ଦେଖିବା ସହିତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ରବିବାର ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର  ପଣ୍ଡା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ  ଯୋଗ ଦେଇ ଯୁଗ୍ମ ମନ୍ଦିର, ୫୬ ପ୍ରହରୀ ନାମ ମଣ୍ଡପରେ ରାଧା କୃଷ୍ଣଙ୍କ ଦର୍ଶନ କରିଥିଲେ। ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁତ ହେବାକୁ ଥିବା ଅନ୍ନ ପ୍ରସାଦ ଦାୟିତ୍ୱରେ ଥିବା କର୍ମକର୍ତ୍ତଂlକ ସହ ଆଲୋଚନା କରିଥିଲେ। ଏହା ପରେ ହରିହାଟ ରେ ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁତ ଅନ୍ନ ପ୍ରସାଦ ବାଣ୍ଟି ନିଜକୁ ଖୁସି ଅନୁଭବ କରିଥିଲେ।