ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଉଚ୍ଚ ମହାବିଦ୍ୟାଳୟ ଠାରେ ରବିବାର ଦିନ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ବାର୍ଷିକ ଉତ୍ସବ ଅବସରରେ ସାଧାରଣ ସଭାରେ ମହାବିଦ୍ୟାଳୟ ର ସଭାପତି ଉପଜିଲ୍ଲାପାଳ ପ୍ରବୀଣ ବନୁଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ସରୋଜ କୁମାର ପ୍ରଧାନ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ଓଡିଶା ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସୁବ୍ରତ ପଣ୍ଡା, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି,ଅଧକ୍ଷା ଧରିତ୍ରୀ ରାଣୀ କାନୁନଗୋ,ଅଧ୍ୟାପକ ପ୍ରଶାନ୍ତ ସେଠି ମଂଚାସୀନ ଥିଲେ l

ପ୍ରଥମେ ନିମନ୍ତ୍ରିତ ଅତିଥି ଗଣ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ବିଧାୟକ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଚରିତ୍ର ଗଠନ ସହିତ ଭବିଷ୍ୟତ ରେ ଚରିତ୍ର ଵାନ ଗୁଣ ନେଇ ପରିବାର ବିଦ୍ୟାଳୟ, ଜିଲ୍ଲା ଓ ଦେଶ ସେବାରେ ଅନୁପ୍ରାଣିତ ହେବା ନେଇ ଉପଦେଶ ଦେଇଥିଲେ l

ସଭା କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ..ରଞ୍ଜନ ଯୋଶୀ ଓ ଅଧ୍ୟାପିକା ନୌତାଜିକା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ.ଓଡ଼ିଆ ଅଧ୍ୟାପକ ପ୍ରଦୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପୂର୍ବରୁ ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଟ୍ରଫି ଓ ମାନପତ୍ର ଦେଇ ଅତିଥି ଗଣ ଉତ୍ସାହିତ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା l ଉକ୍ତ ବାର୍ଷିକ ଉତ୍ସବ ରେ ମହାବିଦ୍ୟାଳୟ ର. ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ସହଯୋଗ କରିଥିଲେ l