କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, SDPO, ତହସିଲଦାର, ଚାରି ଥାନା ର IIC ଏବଂ କମ୍ପାନୀ କତୃପକ୍ଷଙ୍କ ଉପସ୍ଥିତ ରେ ହେଉଛି ବୈଠକ କିନ୍ତୁ ଗ୍ରାମବାସୀ ଙ୍କୁ ମିଳୁନି ନ୍ୟାୟ କେବେଳ ପ୍ରତିଶୃତି ଉପରେ ପୂଣି ପ୍ରତିଶୃତି ଦେଇ ଆସିଛି ଉତ୍କଳ କମ୍ପାନୀ,ହେଲେ ଶେଷରେ ଦେଇଥିବା ପ୍ରତିଶୃତି ମଉଳି ଯାଇଛି।
ବାଫଳା ମାଳି ଖଣି ପ୍ରଭାଭିତ ପାରିପାର୍ଶ ଗ୍ରାମ ଜୋଗୀପାରିତୁଣ୍ଡା ଅବସ୍ତିତ। ଗ୍ରାମ ର ଲୋକେ ତାଙ୍କ ମୌଳିକ ହକ ଅଧିକାର ଦାବୀ ନେଇଁ ବିଭିନ୍ନ ସମୟରେ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା କେବଳ ପ୍ରତିଶୃତି ବ୍ୟତୀତ ଏ ମାନଙ୍କୁ ଅନ୍ୟ କିଛି ମିଳିନାହିଁ।କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରୀ ଜିପି ଯୋଗୀପାରିତୁଣ୍ଡା ଗ୍ରାମବାସୀ ପ୍ରଥମେ ଚଳିତ ବର୍ଷ ଜାନୁଆରୀ ୭/ରେ କାରଖାନା ମୁଖ୍ୟ ସଡ଼କ ଅବରୋଧ କରିଥିଲେ ଏବଂ ପରେ ପରେ କାରଖାନା କୁ ନିରୟାତ ହେଉଥିବା ପାଣି ଟାଙ୍କି ଇଣ୍ଟେକ କୁ ଅବରୋଧ କରିଥିଲେ ଏହିଭଳି ପ୍ରାୟ ୧୫ ଦିନର ହାଡଭଙ୍ଗା ସିତ କାକର ରେ ଧାରଣା ପରେ ଜିଲ୍ଲା ପ୍ରଶାସନ ର ତତ୍ୱାବଧାନ ରେ କାରଖାନା କତୃପକ୍ଷ ଙ୍କ ସହମତି କ୍ରମେ ଗ୍ରାମବାସୀ ଙ୍କ ଏକ ଲିଖିତ ଯୁକ୍ତିନାମା କରାଗଲା ଗତ ଜାନୁଆରୀ ୧୯ ରେ। ଚୁକ୍ତିନାମରେ କେବଳ ପ୍ରତିଶୃତି ହିଁ ଦିଆଯାଇ ତାରିଖ ଦିଆ ଗଲା ଯେ ଜାନୁଆରୀ ୨୮ ରେ ରାୟଗଡା ଉପଜିଲ୍ଲାପାଳ ଙ୍କ ପ୍ରକୋଷ୍ଠରେ ସମସ୍ୟାର ସମାଧାନ ଦିଗରେ ବୈଠକ କରାଯିବ।
ହେଲେ ଗ୍ରାମବାସୀ ପୂଣି ଜାନୁଆରୀ ୨୮ ରେ ରାୟଗଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଗଲେ ସେଠାରେ ପୂଣି ଏମାନଙ୍କୁ ଅଣଦେଖା କଲାଭଳି ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ତାରିଖ ଦେଲେ, ପୂଣି ପ୍ରତିଶୃତି ଆସନ୍ତା ଫେବୃଆରୀ ୩ କୁ ଗଡ଼ିଲା।
ଗ୍ରାମବାସୀ ଶେଷରେ ନିରାଶ ହୋଇ ଫେରି ଆସିଲେ। ପୂଣି ୩ ଫେବୃଆରୀ ରେ ଉତ୍କଳ କାରଖାନା CSR କୁ ପହଞ୍ଚିଲେ ହେଲେ କୌଣସି ସମାଧାନ ର ବାଟ ଫିଟିଲା ନାହିଁ, ପୂଣି ଗ୍ରାମବାସୀଙ୍କୁ ବାଦବିବାଦ ରେ ପ୍ରତାରଣା କଲାଭଳି ଧମକ ଚମକ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଶେଷରେ ଗ୍ରାମବାସୀ ମରିବୁ ପଛେ କରିବୁ କହି ପୂଣି ରାସ୍ତା ଓ ଇଣ୍ଟେକ କୁ ଅବରୋଧ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଘଟଣାର ମୁଖ୍ୟ କାରଣ ହେଲା ଖଣି ପ୍ରଭାବହିତ ମାଇନ୍ସ ପାରିପାର୍ଶ୍ଵ ସମସ୍ତ ଗ୍ରାମକୁ ଉତ୍କଳ କାରଖାନା ଆର୍ଥିକ ରୋଜଗାର ପ୍ରତିମାସରେ ଜଗାଇଦେଉଛି। ଜୋଗୀପାରିତୁଣ୍ଡା ଗ୍ରାମକୁ ମଧ୍ୟରେ ପୂର୍ବରେ ଦେଉଥାଏ କିନ୍ତୁ କିଛି ବର୍ଷ ହେଲା ଏହି ସୁବିଧାରୁ ବଞ୍ଚିତ କରିଛି କମ୍ପାନୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।