![](https://www.aeiodisha.com/wp-content/uploads/2025/02/WhatsApp-Image-2025-02-04-at-19.57.17.jpeg)
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ବାଣିଭୂଷଣପୁର, ଆଡ଼େନିଗଡ଼, ଓ ତଳଗାଁ କ୍ଲଷ୍ଟର ଅଧୀନ ୨୨ ଗୋଟି ବିଦ୍ୟାଳୟ ର ୯୫ ଜଣ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସ୍ୱାସ୍ଥ୍ୟ ଚକ୍ଷୁ ବିଭାଗ ତରଫରୁ ମାଗଣା ଚଷମା ପ୍ରଦାନ କରାଯିବା ସହିତ ୧୧ ଜଣଙ୍କର ଅଧିକ ଚିକିତ୍ସା ପାଇଁ ବାହାରକୁ ପଠା ଯିବାର ବ୍ୟବସ୍ତା କରାଯାଇଥିଲା।
ଚକ୍ଷୁ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ବରାଡ଼ ଓ ତନ୍ମୟ କୁମାର ସାମନ୍ତ ସିଂହାର ଚକ୍ଷୁ ପରୀକ୍ଷା କରିଥିଲେ।ଏବିଇଓ ଅଖିଳ କୁମାର ପ୍ରଧାନ, ବିଆରପି ରଜତ କୁମାର ପ୍ରଧାନ, ରତ୍ନାକର ଦାସ, ଶିକ୍ଷା ସ୍ବେଛାସେବୀ ମିନତୀ ଭୋଇ, ସିଆରସିସି ହରମୋହନ ଡନାୟକ, ସନ୍ତୋଷ କୁମାର ମହାପାତ୍ର, ଓ ନିରୋଜ ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶ୍ରୀଧର ପ୍ରଧାନ ଓ ଅନ୍ୟାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।