ବୌଦ୍ଧ (ଚିତ୍ତରଞ୍ଜନ ସିଂହ) .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାମ୍ପୋଚ ର ତୃତୀୟ ବାର୍ଷିକ ଉତ୍ସବ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥି ଗଣ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜନୀକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ,ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ପ୍ରଧାନ ମଂଚାସୀନ ରହିଥିଲେ l
ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପୂଜାର୍ଚନା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଅତିଥି ଗଣ ଙ୍କ ଦ୍ୱାରା ପ୍ରାଚୀର ପତ୍ରିକା “ପ୍ରେରଣା “ଉନ୍ମୋଚନ କରାଯାଇଥିଲା l ମଂଚାସୀନ ଅତିଥି ଗଣ ଶିକ୍ଷା, ଆତ୍ମ ନିହିର୍ତ୍ତ ଗୁଣ, ଲୁକାୟିତ ପ୍ରତିଭା କୁ ସଦୁପଯୋଗ କରିବା ପାଇଁ ନିଜ ନିଜ ବକ୍ତବ୍ୟ ରେ ମତ ରଖିଥିଲେ l ପ୍ରଥମେ ବିଦ୍ୟାଳୟ ବାର୍ଷିକ ଉତ୍ସବ ବିବରଣୀ ପଠନ କରାଯାଇଥିଲା l
ଶିକ୍ଷକ ବିଜୟ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅଥିତି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା, ଶିକ୍ଷକ ଶିକ୍ଷୟିତ୍ରୀ, ଓ କର୍ମଚାରୀ ସହଯୋଗ କରିଥିଲେ l