![](https://www.aeiodisha.com/wp-content/uploads/2025/02/WhatsApp-Image-2025-02-05-at-16.54.19.jpeg)
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ଓଡିଶା ର ସର୍ବାଙ୍ଗୀନ ଉନ୍ନତି ଦିଗରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା “ବିକଶିତ ଗାଁ ବିକଶିତ ଓଡିଶା “ର ଶୁଭାରମ୍ଭ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଠାରେ ଶୁଭାରମ୍ଭ କରିଛନ୍ତି l
ଏହି ଶୁଭାରମ୍ଭ କୁ ଓଡ଼ିଶାର ସମସ୍ତ ବ୍ଲକ ରେ ସିଧା ପ୍ରସାରଣ ରେ ବ୍ଲକ ପ୍ରଶାସନ, ଜନ ପ୍ରତିନିଧି,ସାଧାରଣ ଜନତା ଭାଗ ନେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ହୋଇଥିବା ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଉପାଧକ୍ଷ କାହ୍ନୁ ଚରଣ ନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ତହସିଲଦାର ବିଭୁ ପ୍ରସାଦ ସିଂ, ସାଂସଦ ପ୍ରତିନିଧି ରବି ନାରାୟଣ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ପ୍ରଭାରୀ ସଂଗ୍ରାମ କେଶରୀ ବେହେରା,ଓବିଶି ମୋର୍ଚା ରାଜ୍ୟ ସଂଯୋଜକ ସୁବାସ ପ୍ରଧାନ ଉପସ୍ଥିତ ରହି ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କୁ ପ୍ରଶଂସା କରିବା ଥିଲେ l
ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ମୌଳିକ ଭିତ୍ତି ଭୂମି ବିକାଶ ସହିତ ବ୍ୟବହାର ସୁଦୃଢ଼ୀ କରଣ, ଅନୁସୂଚିତ ଜନଜାତି ବସବାସ କରୁଥିବା ଅଂଚଳରେ ଆଭ୍ୟନ୍ତରୀଣ ଓ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀ କରଣ l କ୍ଷୁଦ୍ର ପର୍ଯ୍ୟଟନୀ ସ୍ଥଳ ର ବିକାଶ ଓ ଉନ୍ନତିକରଣ l ଶିକ୍ଷା ଓ କ୍ରୀଡା ଭିତ୍ତି ଭୂମିର ସମ୍ପ୍ରସାରଣ ଓ ଆଧୁନିକ କରଣ l ନୂତନ ଅଭିନଵ ଜନ ମଙ୍ଗଳକାରି ବହୁମୁଖୀ ପ୍ରକଳ୍ପ ର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ଆଦି କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି l ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ, 22ଗୋଟି ପଂଚାୟତ ର ଜନପ୍ରତିନିଧି, ସି ଆର ପି, ଏମ ବି କେ, ନାରୀ ଶକ୍ତି, ପୋଲିସ ପ୍ରଶାସନ ଜନ ସାଧାରଣ ଉପସ୍ଥିତ ରହିଥିଲେ l