ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛ ରେ ପିଟି ହେଲା କାର । ଘଟଣା ସ୍ଥଳରେ ଚାଳକ ମୃତ ଚାରିଜଣ ଗୁରୁତର । ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଦୁର୍ଘଟଣା । ଗୁରୁତର ଚାରିଜଣ ଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତର ଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ରାଣୀପଥର ଗାଁ ର ଗଙ୍ଗା ମଲ୍ଲିକ । ସୂଚନାମୁତାବକ ଚାରିଛକ ପଟୁ ଫୁଲବାଣୀ ପଟକୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ କାର ଚାଳକ ଜଣେ ମୃତ ଓ ଚାରି ଗୁରୁତର ହୋଇଥିଲେ । ସମସ୍ତ ଯାତ୍ରୀ କନ୍ଧମାଳ ଜିଲ୍ଲା ରାଣୀପଥର ର ହୋଇଥିବା ବେଳେ ମୃତକ ଜଣକ ହେଲେ ରାଣୀପଥର ଗାଁ ର ଗଙ୍ଗା ମଲ୍ଲିକ ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଙ୍କୁ ପୁରୁଣାକଟକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।