ବୌଦ୍ଧ -11/02 ( ଚିତ୍ତରଞ୍ଜନ ସିଂହ ) ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା ସ୍ତରରେ,ଓ 11 ଗୋଟି ମଣ୍ଡଳ ସ୍ତରରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୁର୍ଣ୍ୟ ତିଥିକୁ “ସମର୍ପଣ,” ଦିବସ ରୂପେ ମହାସମାରୋହରେ 11 ଓ 12.02.25 ଦୁଇଦିନ ଧରି ପାଳନ କରାଯିବା ପାଇଁ ସମସ୍ତ ବ୍ୟବସ୍ତା ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦେଶ ପ୍ରକାରରେ ହୋଇଅଛି

ଆଜି ଜିଲ୍ଲା ବିଜେପି ର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ର ନୂତନ ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ର ଙ୍କ ସଭାପତିତ୍ୱରେ ସମର୍ପଣ ଦିବସ ପାଳନ କରାଯାଇଥିଲା, ତତ ସହିତ ଆଜିର କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଘଣ୍ଟାପଡl ମଣ୍ଡଳ ଠାରେ କଣ୍ଟାମlଳ ବିଧାୟକ ଶ୍ରୀ କହ୍ନlହିଁ ଚରଣ ଡାଙ୍ଗ ଙ୍କ ମୁଖ୍ୟଅତିଥି ଭାବେ ଓ ବାଉଶୁନି ମଣ୍ଡଳ ଓ ମୁଣ୍ଡାପଡା ମଣ୍ଡଳ ଠାରେ ଜିଲ୍ଲା ବରିଷ୍ଠ ବିଜେପି ନେତୃବୃନ୍ଦ ଙ୍କ ଉପସ୍ଥିତି ରେ ପାଳନ କରାଯାଇ ଅଛି l ଆସନ୍ତା କାଲି ଜିଲ୍ଲା ର ଅବଶିଷ୍ଠ 8 ଗୋଟି ମଣ୍ଡଳ ସ୍ତରରେ ସୂଚୀ ଅନୁଯାଇ ପାଳନ କରାଯିବ l

ଆଜିର ଜିଲ୍ଲା ସ୍ତରରେ ପାଳନ ଅବସରରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ର ସମର୍ପଣ ଦିବସ ର ପାଳନ ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ
ଉପସ୍ଥିତ ବିଜେପି ର ବରିଷ୍ଠ ନେତୃବୃନ୍ଦ ପୁଷ୍ପ ମାଲ୍ୟ ପ୍ରଦାନ କରି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜୀବନୀ ଉପରେ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ, ବିଶେଷ କରି” ଏକାନ୍ତ ମାନବ ବାଦ ” ର ସ୍ରଷ୍ଠା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ରାଷ୍ଟ୍ର ନିର୍ମାଣ, ଦାର୍ଶନିକ ତତ୍ତ୍ୱ, ବିକଶିତ ଭାରତ, ବଇଚlରିକ ଚିନ୍ତା, ବ୍ୟକ୍ତିଗତ ସ୍ୱଛତା, ସମାଜରେ ଥିବା ଗରିବ ଙ୍କ ସର୍ବବିଧ ଉନ୍ନତି ଉପରେ ବକ୍ତବ୍ୟ ମାନ ପ୍ରଦାନ କରି ଥିଲେ. I

ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ତାପସ କୁମାର ପଟନାୟିକ, ଶ୍ୟାମ ସୁନ୍ଦର ପୁରୋହିତ, ସତ୍ୟା ନନ୍ଦ ପାଣ୍ଡେ,ବ୍ୟମ କେଶ ମହାପାତ୍ର,ମନ ରଞ୍ଜନ ଦାସ,ରାଜ କୁମାର ମେହେର, ଗଜେନ୍ଦ୍ର ସାହୁ, ଦେବଦତ୍ତ ପୁରୋହିତ, ରବୀନ୍ଦ୍ର କୁମାର ଦେଓ, ଅରୁଣ ସେଠି, ରଶ୍ମିତା ହୋତା, ଅଙ୍କିତା ଭଞ୍ଜ,ନମିତା ରାଣୀ ଦାସ ଙ୍କ ସହିତ ବହୁ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ l