ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରବନ୍ଧନ ସମିତିର ତୃତୀୟ ବୈଠକ ସମିତିର ଅଧ୍ଯକ୍ଷ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସମିତିର ସଦସ୍ୟ ମାନଙ୍କୁ ସ୍ଵାଗତ କରିବା ସହିତ ଚଳିତ ଶିକ୍ଷା ବର୍ଷର ସିବିଏସି ପରୀକ୍ଷା ଓ ଘରୋଇ ପରୀକ୍ଷା ବିଷୟରେ ଅବଗତ କରାଇ ଥିଲେ ।

ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡ଼ିକ ଅଧ୍ୟକ୍ଷଙ୍କ ଦ୍ଵାରା ସମିତି ସମ୍ମୁଖରେ ଆଲୋଚନା ଉପସ୍ଥାପିତ ହୋଇଥିଲା । ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ, ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ପ୍ରସ୍ତାବ ଗୁଡ଼ିକର ଆଶୁ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀ ମାନଙ୍କୁ ଚାପ ମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ପ୍ରେରଣା ଦାୟକ ଭାଷଣର ଆୟୋଜନ କରିବା କହିଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ,ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ସାହୁ, ଶ୍ରୀ ତେମାଲାଲ ଦୁବେ DEO, ବୌଦ୍ଧ, ରିତିକାନ୍ତ ବଳିଆର ସିଂ DIPRO, ବୌଦ୍ଧ, ଶ୍ରୀ ମାଧବ କୁମାର ଅଗ୍ରୱାଲ, ଶ୍ରଦ୍ଧାଞ୍ଜଳି ମେହେର, ମନବୋଧ ବିଶି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବରିଷ୍ଟ ଶିକ୍ଷିକା ଶ୍ରୀମତି ରାଜଲକ୍ଷ୍ମୀ ବିଶ୍ଵାଳ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।