
କେସିଙ୍ଗା : (ପ୍ରୀତେଶ ପଟେଲ)ସତ୍ୟବାନ୍ ର ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଜମ ସହିତ ଲଢେଇ କରିଥିଲେ ।ଆଜି ଲୋକେ ମହାକୁମ୍ଭ ରେ ପରିବାର ସହ ପବିତ୍ର ଗଙ୍ଗା ନଦୀ ରେ ଗାଧୋଇ ପୁଣ୍ୟ ଅର୍ଜନ କରୁଛନ୍ତି, ଆଉ ଅନ୍ୟ ପଟେ ଆଜି ର କଳ ଯୁଗରେ ସ୍ୱାମୀ ଗଳାରେ ଛୁରା ମାରି ସ୍ୱାମୀର ଜୀବନ ନେବାକୁ ଚେଷ୍ଟା କରୁଛି ସ୍ତ୍ରୀ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ୱର୍ ୯ ର କୈବର୍ତ୍ତ ପଡା ଠାରେ ।
ସୂଚନା ଅନୁଯାଇ ରାମକୃଷ୍ଣ କୈବର୍ତ୍ତ କେସିଙ୍ଗା ଜଗନ୍ନାଥ ପଡ଼ା ସ୍ଥିତ କୈବର୍ତ୍ତ ପଡ଼ାରେ ରହି ମାଛ ମାରି ମାଛ ବିକ୍ରୀକରି ନିଜ ପରିବାର ପୋଷଣ କରନ୍ତି ।
ପରିବାର ରେ ରାମକୃଷ୍ଣ ଙ୍କ ବ୍ୟତୀତ ଦୁଇ ପୁଅ ଗୋଟେ ଝିଅ ଓ ସ୍ତ୍ରୀ ରହନ୍ତି ।ରାମକୃଷ୍ଣ କହିବା ଅନୁସାରେ ତାଙ୍କ ସ୍ତ୍ରୀ ତାଙ୍କୁ ଛୁରା ମାରି ଲହୁ ଲୁହାଣ କରିଛି ।
୧୪ ବର୍ଷ ର ପୁଅ ସ୍କୁଲ ରୁ ଫେରିବା ପରେ ଏଭଳି ଘଟଣା ଦେଖି ନିଜେ ବିଷ ପିଇ ଦେଇଛି।ପୁଅ ର ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ଥିବା ବେଳେ ରାମକୃଷ୍ଣ ଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଯୋଗ୍ୟ ଯେ ଏହି ସ୍ଵାମୀ ସ୍ତ୍ରୀ ଗତ କିଛି ମାସ ପୂର୍ବରୁ ମଧ୍ୟରେ ଝଗଡା ହୋଇଥିବା ବେଳେ ସ୍ତ୍ରୀ ରାମକୃଷ୍ଣ ର ବେକରେ ଟାଙ୍ଗିଆରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା ।ସେହି ସମୟ ରେ ମଧ୍ୟ ରାମକୃଷ୍ଣ ସ୍ତ୍ରୀ ନାମରେ ଅଭିଯୋଗ ଆଣିଥିଲେ ଓ ଆଜି ମଧ୍ୟ ରାମକୃଷ୍ଣ ସ୍ତ୍ରୀ ମାରିଥିବା ଅଭିଯୋଗ କରିଛନ୍ତି। ହେଲେ ସ୍ତ୍ରୀ ସେତେବେଳେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଓ ଆଜି ମଧ୍ୟ ସେ ନିଜକୁ ନିର୍ଦ୍ଦୋଷ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ନିଜେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିବା ଦେଖାଯାଇଛି।