
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ଶନିବାର ଦିନ ଦିବା 1 ଘଣ୍ଟା ସମୟରେ ବୌଦ୍ଧ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା l ବୌଦ୍ଧ ବ୍ଲକର ବାଉଁଶୁଣୀ, ସାହାଜପାଲ୍, ମୁଣ୍ଡିପଦର, ଡମ୍ବରୁଗଡ, ବଢିଗାଁ ଆଦି ଅଂଚଳ ପରିଦର୍ଶନ କରି ରାସ୍ତା, ପାର୍କ, ବନ ସୁରକ୍ଷା ସମିତି ଗୃହ ଓ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ l
ଆଜି ଦିନ 11 ଘଣ୍ଟା ସମୟରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରିଦର୍ଶନରେ ଆସି ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ l ପରିଦର୍ଶନ ସମୟରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେରଙ୍କ ସମେତ ବୌଦ୍ଧ ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ଆଗାମୀ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜ଼ିଲ୍ଲାପାଳ :-
ଶନିବାର ଦିନ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୌଦ୍ଧ ବ୍ଲକ୍ ବଢିଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜହ୍ନlପଙ୍କ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ତେଲିବନ୍ଧ, ପଂଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁର, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ମୁଣ୍ଡିପଦର, ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ ଠାରେ ଆଗକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି |
ଶ୍ରୀ ପଣ୍ଡା ହେବାକୁ ଥିବା ପରୀକ୍ଷା ପାଇଁ ବିଦ୍ୟାଳୟ ଗୁଡିକର ସମସ୍ତ କୋଠରୀ, ସି ସି ଟିଭି ଏବଂ ସେଠାରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ପଚାରି ଥିଲେ | ପରୀକ୍ଷାର୍ଥୀ ମାନଂକ ପାଇଁଁ ଅଲଗା ଅଲଗା ପରିଶ୍ରl ଗାର , ପାନୀୟ ଜଳ, ଶ୍ରେଣୀ କକ୍ଷରେ ପଙ୍ଖା, ଆଲୁଅ, ଓ ଆର ଏ ସ ପ୍ୟାକେଟ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କୁ ନିଶ୍ଚିତ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ |
ଯେଉଁ ଯାଗାରେ ଏ ସବୁ ପ୍ରସ୍ତୁତି ସରିନାହିଁ, ସେମାନେ ସେ ସବୁ ପ୍ରସ୍ତୁତ କରିବା ପରେ ଜିଓ ଟ୍ୟାଗ ଫଟୋ ଜ଼ିଲ୍ଲା ଶିକ୍ଷl ଧିକାରୀ ଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯାହା ସବୁ ନିର୍ଦ୍ଦେଶ ଦେଇଥିଲେ, ଯଥାଶୀଘ୍ର ତାର ଅନୁପାଳନ ପାଇଁ ଜିଲ୍ଲାପାଳ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ ଜ଼ିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l