ଢେଙ୍କାନାଳ, ୨୨/୨: ଢେଙ୍କାନାଳ ସହର ମାଣ୍ଡବା ସାହି ପଦ୍ମବଜାରସ୍ଥିତ ଶ୍ରୀଶ୍ରୀ ଚୈତନ୍ୟ ମନ୍ଦିର ପ୍ରାଗଣରେ ଶ୍ରୀ ଶ୍ରୀଅଭିରାମ ପରମହଂସ ଦେବଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବାବା ଚିନ୍ମୟ ଜୀ , ବାବା ଶେଷଦେବ ଜୀ ଓ ବାବା ତ୍ରିଲୋଚନ ଜୀ ମହାରାଜାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବହୁତ ଭକ୍ତ ଯୋଗଦେଇ ବିଭିନ୍ନ ପୂଜାଅର୍ଚ୍ଚନା ଓ ଭୋଗ ଲାଗି କରିଥିଲେ । ମଧ୍ୟାହ୍ନରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡମ୍ବରୁଧର ସାହୁ, ମମତା ସାହୁ, ପ୍ରତାପ କିଶୋର ସାହୁ, କୁଞ୍ଜ ବିହାରୀ ସାହୁ ଓ ନିରାକାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।