
ଢେଙ୍କାନାଳ, ୨୩/୨: ସ୍ଥାନୀୟ ଶ୍ରୀ ଶ୍ରୀ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ମନ୍ଦିର ଠାରେ ଅଜି ଓଡିଶା ବ୍ରାହ୍ମଣ ମହାସଭା ଅନୁବନ୍ଧିତ ଢେଙ୍କାନାଳ ଜିଲ୍ଲା ଶାଖାର ଅଷ୍ଟମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ପ୍ରେମାନନ୍ଦ ଦାଶ ସଭାପତିତ୍ୱ କରିଥିଲେ । ଜୋନାଲ୍ ସଭାପତି ଆଶିଷ କୁମାର ମିଶ୍ର ଉପସ୍ଥିତ ଥିଲେ । ମଠ, ମନ୍ଦିର, ପୂଜକ ପଣ୍ଡିତ ଅମୀୟ କୁମାର କର ମନ୍ତ୍ର ସହ ଧୂପଦୀପ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I
ମଠ ମନ୍ଦିର, ସତସଙ୍ଗ ପ୍ରମୁଖ ପ୍ରେମାନନ୍ଦ ଶତପଥୀ, ଉପସଭାପତି ପ୍ରସନ୍ନ କମାର ତ୍ରିପାଠୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ମହିଳା ପ୍ରମୁଖ ପ୍ରମିଳା ମହାପାତ୍ର, ଜୟନ୍ତୀ ଦାଶଙ୍କ ଉପସ୍ଥିତିରେ ଅଦ୍ୟ ସଭାରେ ରୀତା ମିଶ୍ରଙ୍କୁ ଜିଲ୍ଲା ପର୍ଶୁରାମ ବାହିନୀ, ସୁବାଷ ଚନ୍ଦ୍ର ଦାଶଙ୍କୁ ଜିଲ୍ଲା ଉପସଭାପତି, ପିନାକୀ ମିଶ୍ରଙ୍କୁ ଜିଲ୍ଲା ପର୍ଶୁରାମ ବାହିନୀ ପ୍ରମୁଖ ଭାବରେ ଦାୟିତ୍ବ ଦିଆଯାଇଥିଲା ।
ଏହି ବୈଠକରେ ବାଜିଚୌକ ଠାରେ ଏ.ଓ.ବି.ଏମ୍.ର ଢେଙ୍କାନାଳ ଶାଖା ସହ ନିବାସ କେନ୍ଦ୍ର ସ୍ଥାପନ, ସଦସ୍ୟତା ଗ୍ରହଣ ଉପରେ ଗୁରୁତ୍ବ, ବ୍ରାହ୍ମଣ ମଠ, ମନ୍ଦିର ପୂଜକ ମାନଙ୍କ ପାଇଁ ଦକ୍ଷିଣା ଅନ୍ୟୁନ ୧୦ ହଜାର ପ୍ରାପ୍ତ ପାଇଁ ସରକାରଙ୍କୁ ମାନପତ୍ର ପ୍ରଦାନ, ବ୍ରାହ୍ମଣ ନିଗମ ଗଠନ ପାଇଁ ସରକାରଙ୍କୁ ଦାବୀପତ୍ର ଓ ସଦସ୍ୟତା ଅଭିଯାନ, ବ୍ରାହ୍ମଣମାନେ ସଭା ସମିତିକୁ ଆସି ସମିତି ଗଠନ କରାଯିବା ପାଇଁ ଆଲୋଚନା କରାଯାଇଥିଲା ।