
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ବାରମ୍ବାର ଚାକିରି ପାଇବା ପାଇଁ ଜିଲା ପ୍ରଶାସନ କୁ ଗୁହାରି କରି କରି ବିଫଳ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଦାବି କଲେ। ଯାଜପୁର ବିଞ୍ଝାରପୁର ପଞ୍ଚାୟତ ସମିତି ପରିସରରେ ଆୟୋଜିତ ମିଳିତ ଜନ ଶୁଣାଣିରେ ଏଭଳି ଇଚ୍ଛା ମୃତ୍ୟୁ ମାଗିଛନ୍ତି ବରୀ ସରଙ୍ଗପୂର୍ ଅଂଚଳର ସ୍ଵାମୀ ପରିତ୍ୟକ୍ତା ମହିଳା ବୈଜନ୍ତି ମାଳା। ସେ ଦୀର୍ଘଦିନ ଧରି ଚାକିରି ପାଇବା ପାଇଁ ବାରମ୍ବାର ଜିଲା ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ ହେଁ କୌଣସି ପ୍ରତିଶ୍ରୁତି ମିଳିନଥିଲା।
ବାରମ୍ବାର ନିରାଶ ହେବା ପରେ ଆଜି ସେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ରେ ଇଚ୍ଛା ମୃତ୍ୟୁ ପାଇଁ ଅନୁରୋଧ କରିଥିଲେ। ବିନା ରୋଜଗାର ରେ ବଞ୍ଚିବା କଷ୍ଟକର ହୋଇଥିବା ରୁ ତାଙ୍କୁ ଏଭଳି ଇଚ୍ଛା ମୃତ୍ୟୁ ଦେବାକୁ ଅନୁମତି ଦେବାକୁ ଦାବି କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ମୂଳକ ପରିଷ୍ଟିତି ସୃଷ୍ଟି ହୋଇଥିଲା।