ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ୍‌ ପରିସରରେ ପତାଞ୍ଜଳି ପରିବାର ଓ ଯୋଗ ପ୍ରଚାର ସମିତି ପକ୍ଷରୁ ନିଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ପତଞ୍ଜଳୀ ପ୍ରାନ୍ତ ଯୋଗ ପ୍ରଭାରୀ ରାଧା ମାଧବ ବହିଦାର ଜୀ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। କିଷାନ୍‌ ସେବା ସମିତିର ପ୍ରାନ୍ଥ ପ୍ରମୁଖ ସ୍ୱୟଂ ପ୍ରକାଶ ମହାପାତ୍ର, ଜିଲା ଭାରତ ସ୍ୱାଭିମାନ ପ୍ରମୁଖ ବିବେକାନନ୍ଦ ଜେନା ଓ ବରିଷ୍ଠ ଜିଲା ପ୍ରଶାସନିକ ଅଧିକାରୀ କୂଳମଣୀ ନାୟକ, ଜିଲା ସଭାପତି ମନ୍ମଥ କୁମାର ସାମଲ, ଯୁବ ଭାରତ ଜିଲା ପ୍ରମୁଖ ଉମାକାନ୍ତ ବିଶ୍ୱାଳ, ତହସିଲ ପ୍ରମୁଖ ବିଭିଷଣ ନାୟକ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ଶିବିରରେ ସୂର୍ଯ୍ୟ ନମସ୍କାର, ଧ୍ରୁତ ବ୍ୟାମ୍‌, ଯୋଗାସନ, ପ୍ରାଣାୟମ ଉପରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପ୍ରତ୍ୟେହ ଯୋଗ କରି ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ୧୫୮ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ।