
ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ଵତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ବୈଠକ ଆରମ୍ଭ ରୁ ହିଁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଏହି ବୈଠକ ରେ ଥିବା ସମସ୍ତ ଜିଲ୍ଲାପରିଷଦ ସଦସ୍ୟ , ସଦସ୍ୟା ଓ ବ୍ଲକ ଚେୟାରମେନ୍ ମାନେ ବର୍ଜନ କରିଥିଲେ । ବିଗତ ଜିଲ୍ଲାପରିଷଦ ବୈଠକରେ ମଧ୍ୟ ସ୍ଥାନୀୟ ଜିଲ୍ଲାପାଳ ଅନ୍ୟା ଦାସ ଅନୁପସ୍ଥିତ ରହିଥିବାରୁ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ଫଳରେ ବୈଠକ ର ମଧ୍ୟଭାଗ ରେ ଜିଲ୍ଲାପାଳ ଉପସ୍ଥିତ ରହି ବୈଠକ ଚାଲିଥିଲା । ହେଲେ ଆଜିର ଏହି ସ୍ଵତନ୍ତ୍ର ଜିଲ୍ଲାପରିଷଦ ବୈଠକ ରେ ପୁଣି ଜିଲ୍ଲାପାଳ ଯୋଗ ନଦେବାରୁ ବାଧ୍ୟ ହୋଇ ବର୍ଜନ କରିଛନ୍ତି ସମସ୍ତ ସଦସ୍ୟ ସଦସ୍ୟା। ଖୁବ ଶୀଘ୍ର ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ଏହି ଜିଲ୍ଲାରୁ ବଦଳି କରିବାକୁ ଦାବି କରିଛନ୍ତି ଜିଲ୍ଲାପରିଷଦ ସଦସ୍ୟ ମାନେ।
ବାଇଟ – ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ l