ଧର୍ମଗଡ଼୨୮/୨/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଙ୍କ ବାପା ବନ ବିହାରୀ ମୁଣ୍ଡ ଙ୍କ ଚିଲିଚିଲା ସ୍ଥିତ ବାସଭବନରେ ଶୁକ୍ରବାର ସକାଳ ୬ ଟା ରେ ପରଲୋକ ହୋଇ ଯାଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସୁଭାଷିନୀ , ପୁଅ ଜୟନ୍ତ କୁମାର ମୁଣ୍ଡ, ନରେଶ ମୁଣ୍ଡ, ସୁଶାନ୍ତ ମୁଣ୍ଡ, ସଞ୍ଜୀବ ମୁଣ୍ଡ, ଉପସ୍ଥିତ ଥିଲେ।

ସେ ଜଣେ ମେଳାପୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନଏସି ଉପାଧ୍ୟକ୍ଷ୍ୟା ମନୀଷା ମିଶ୍ର, ସମାଜସେବୀ ହୃଷିକେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସିଆରସିସି ଟିକେଶ୍ୱର ନାଏକ, ସମାଜସେବୀ ଢଗ ନାଏକ ପ୍ରମୁଖ ଶୋକ ବ୍ୟକ୍ତ କରିଥିଲେ। ଚିଲିଚିଲା ସ୍ଥିତ ସ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ସୁଶାନ୍ତ କୁମାର ମୁଣ୍ଡ ମୁଖାଗ୍ନି ଦେଇଥିଲେ।