
କାଶୀପୁର; (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ ମସ୍ତରାମ ବଡନାୟକ ନାମକ ଜଣେ ଛେଳି ପାଳଙ୍କ ଛେଳି କିଛିଦିନ ହେବ କ୍ରମାଗତ ଭାବେ ପାଞ୍ଚଟି ଛେଳି ମୃତ୍ୟୁ ହୋଇ ଥିବାର ଅଭିଯୋଗ ଆଣିଛନ୍ତି। ଛେଳି ପାଳଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଛେଳି କୁ ଥଣ୍ଡା କାଶ କିଛି ଦିନରୁ ଲାଗି ରହିଥିଲା ଯଦ୍ଵାରା କିଛି ଛେଳି କୁ ନାକରୁ ପାଣି ବାହାରୁ ଥିଲା, ସେ କାଶୀପୁର ବ୍ଲକ ପ୍ରାଣୀଧନ ( ପଶୁ ) ଚିକିତ୍ସା ଅଧିକାରୀ ଙ୍କ ନିକଟରେ ଛେଳିଙ୍କୁ ହୋଇଥିବା ରୋଗ ବିଷୟରେ ଅବଗତ କରିଥିଲେ। ହେଲେ ପରବର୍ତ୍ତୀ ସମୟ ରେ ଛେଳିଙ୍କୁ ଚିକିତ୍ସା କରିବା ପରେ ପରେ କିଛି ଦିନ ହେବ କ୍ରମାଗତ ଭାବେ ଛେଳି ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଏହା ପଶୁ ଚିକିତ୍ସା ଅଧିକାରୀଙ୍କ ଅବହେଳା ଏବଂ ଉପଯୁକ୍ତ ଔଷଧ ଦିଆ ନଯିବା ଅଭିଯୋଗ ଆଣିଛନ୍ତି।
ହେଲେ ସେ ଛେଳି ମୃତ୍ୟୁ ର କ୍ଷତି ସହ୍ୟ କରିଯିବେ କିନ୍ତୁ ଏହି ପ୍ରକାର କାର୍ଯ୍ୟ ଅନ୍ୟ କାହାରିକୁ କରା ନ ଯଉ ବୋଲି କହିଛନ୍ତି।ପୂଣି ଚିକିତ୍ସା ବାବଦ କୁ କିଛି ଟଙ୍କା ନେଇଥିବା ମଧ୍ୟ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି।
ସମ୍ପୃକ୍ତ ଘଟଣା କୁ ବ୍ଲକ ପ୍ରାଣ୍ଡି ଚିକିତ୍ସା ଅଧିକାରୀ ଖଣ୍ଡନ କରିବା ସହ ପୂର୍ବରେ ଛେଳି ଗଠକୁ ଟୀକା ଦିଆଯାଇନଥିବା ଦର୍ଶାଇ ଥିଲେ। ଯ ଦ୍ଵାରା ଛେଳି ବାରମ୍ବାର ରୋଗ ରେ ପୀଡିତ ହୋବା ସହ ଦୃବଳ ହୋଇ ଥିଲେ। ତାଙ୍କୁ ରୋଗ ପ୍ରତିରୋଧ ଓ ଥଣ୍ଡା ର ଔଷଧ ଦିଆ ଯାଇଥିଲା ଏବଂ ଛେଳି ଗୋଠ କୁ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ନେଇଁ ଆସିବା ପାଇଁ ବାରମ୍ବାର ଛେଳିପାଳଙ୍କୁ କହିଥିଲେ ହେଲେ ଦିନେ ହେଲେ ମଧ୍ୟ ସେ ଛେଳି ଗୋଠକୁ ଆଣି ନ ଥିଲେ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ।