ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବୌଦ୍ଧ ଏନଏସି ପକ୍ଷରୁ ଖୋଲା ଯାଇଥିବା ଏକ ଜଳ ଛତ୍ରକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା l ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ସମ୍ମୁଖ ବୌଦ୍ଧ – ହରଭଙ୍ଗା ଜଗନ୍ନାଥ ସଡକ ଦେଇ ଯାଉଥିବା ପଥିକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଉକ୍ତ ଜଳ ଛତ୍ରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏନଏସି ପକ୍ଷରୁ ଖୋଲା ଯାଇଛି l

ଜଳ ଛତ୍ର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧଗଡ଼ ଏନଏସି ର ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଲିୟାର ସିଂହ  ଏବଂ ବୌଦ୍ଧଗଡ଼ ଏନ. ଏ. ସି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l