କେସିଙ୍ଗା( ପ୍ରୀତେଶ ପଟେଲ )ଗତ କିଛି ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ତରଫ ରୁ ଜିଲ୍ଲା ର ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ର ରେ ସୁରକ୍ଷା କର୍ମୀ ଯୋଗାଇବା ପାଇଁ ଟେଣ୍ଡର ହୋଇଥିଲା ।ଏହି ଟେଣ୍ଡର ଜରିଆରେ ଭୁବନେଶ୍ଵର ର କେଆର ସିକୁରିଟୀ ନାମକ ଏକ ବେସରକାରୀ ଘରୋଇ ସଂସ୍ଥା ଟେଣ୍ଡର ନେଇ ଜିଲ୍ଲା ର ବିଭିନ୍ନ ଚିକିତ୍ସା ଲୟ ରେ ସୁରକ୍ଷା କର୍ମୀ ନିୟୋଜିତ କରିଛି ।ହେଲେ ମାତ୍ର କିଛି ମାସର କାର୍ଯ୍ୟ ଭିତରେ ଗତ ଚାରି ମାସ ହେଲା ନିଯୁକ୍ତି ପାଇଥିବା ସୁରକ୍ଷାକର୍ମୀ ମାନେ ଦରମା ପାଇନଥିବା ଅଭିଯୋଗ ହେଉଛି ।ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ସୁରକ୍ଷା କର୍ମୀ ଅଭାବ ଅନଟନ ମଧ୍ୟରେ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଦରମା ଦେବା ପାଇଁ କହିଲେ ଚାକିରି ରୁ ବାହାର କରିଦେବାର ଧମକ ମଧ୍ୟ ମିଳୁଥିବା ଅଭିଯୋଗ ହେଉଛି ।


ନିଯୁକ୍ତି ସମୟ ରେ ନିଯୁକ୍ତି ଦେବା ପାଇଁ ଦଲାଲ୍ ମାଧ୍ୟମରେ ସମସ୍ତ ଙ୍କ ଠୁ ମୋଟା ଅଙ୍କର ଟଙ୍କା ନେଇ ନିଯୁକ୍ତି ଦେଇଥିବା ମଧ୍ୟ ଚର୍ଚା ହେଉଥିବା ବେଳେ ,ସୁରକ୍ଷା କର୍ମୀ ମାନଙ୍କୁ ୪ ମାସ ହେଲା ଦରମା ଦେଇ ପାରୁନଥିବା ବେଳେ ଇପିଏଫ୍,ସୁରକ୍ଷା ଉପଯୋଗୀ ସାମଗ୍ରୀ ଯୋଗାଇବାରେ ମଧ୍ୟ ବିଫଳ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ଚୁପ୍ ବସିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା କର୍ମୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହେବେ ବୋଲି ସୁରକ୍ଷା କର୍ମୀ ମାନେ ଆଶା ବାନ୍ଧି ବସିଛନ୍ତି ,ତେବେ ଉକ୍ତ ଘରୋଇ ସଂସ୍ଥା କେବେ ଏମାନଙ୍କ ବକେୟା ଟଙ୍କା ପ୍ରଦାନ କରିବ ତାହା ଦେଖିବାକୁ ବାକି ରହିଲା ।