
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଆସନ୍ତା ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ଚାରିଦିନ ଧରି ଲୁଣିବାହଲ ପଞ୍ଚାୟତ ଅନ୍ତର୍ଗତ ଶୁକପାଲି ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆଜକୁ ଦୀର୍ଘ ବର୍ଷ ହେଲା ବାବା ଭୂତେଶ୍ୱର ଏକ ଚାଳକୁଡ଼ିଆ ରେ ପୂଜା ପାଇ ଆସୁଥିଲେ । କିନ୍ତୁ ଏବେ ପ୍ରଭୁଙ୍କ ଆଶୀର୍ବାଦ ରେ ବାବା ଙ୍କ ପାଇଁ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଇଛି । ଯାହା ର କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ରଙ୍ଗ କାମ ମଧ୍ୟ ଶେଷପର୍ଯ୍ୟାୟରେ ଖାଲି ଅପେକ୍ଷା ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ।
ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ରେ ଲାଗି ପଡିଛି ମନ୍ଦିର ପରିଚାଳନା କମିଟି ସହ ଅଠର ମୌଜା ର ଗ୍ରାମବାସୀ । ପ୍ରତିଷ୍ଠା ଉତ୍ସବ ର ପ୍ରଥମ ଦିନ ଅଙ୍କୁରରୋପଣ ,ଦୂତୀୟ ଦିନ କଳସ ଯାତ୍ରା ସହ ସୁନ୍ଦରାକାଣ୍ଡ ପାରାୟଣ ,ତୃତୀୟ ମହାସ୍ନାନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଅନ୍ତିମ ଦିବସ ରେ ମହାଦେବ ଙ୍କ ପ୍ରାଣପ୍ରତିଷ୍ଠା ସହ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଅଞ୍ଚଳ ସମସ୍ତ ଶ୍ରଦ୍ଧାଳୁ ଏହି ମହାନ କାର୍ଯ୍ୟ ରେ ଯୋଗ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ବାବା ଭୂତେଶ୍ୱର ମନ୍ଦିର ପରିଚାଳନା କମିଟି । ଅନ୍ୟପଟେ ମହାଦେବ ଙ୍କର ଅନେକ ମହାତ୍ମିୟ ରହିଛି । ଦୀର୍ଘ ବର୍ଷ ପୂର୍ବେ ସ୍ୱପ୍ନାଆଦେଶ ଫଳରେ ମନ୍ଦିର ସ୍ଥାପନ ହେଉଅଛି । ଏଠାକୁ ଆସି ପୂଜାର୍ଚ୍ଚନା କରିବା ପରେ ଅନେକ ଭକ୍ତଙ୍କ ମନସ୍କାମନା ପୁର୍ଣ ହେଉଛି ବୋଲି ପୂଜକ କହିଛନ୍ତି ।