ମୁନିଗୁଡା : (ରମାକାନ୍ତ ପୋଡାଳ ) ବାଟାଲିୟନ ପକ୍ଷରୁ ଡିମିରିଗୁଡ଼ା କ୍ୟାମ୍ପସରେ ସିଆରପିଏଫ୍ କମାଡେଣ୍ଟ ଫୀରୋଜ କୁଜୁର୍ ଙ୍କ ନିର୍ଦ୍ଦେଶରେ ମଧୂମଖି ଚାଷ ଓ ମହମ ବତି ତିଆରି ପାଇଁ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆଜି ଡେପୁଟି କମାଡେଣ୍ଟ ମୁକେଶ ସିଂ ଓ ଚତ୍ରୁର୍ଥ ବାହିନୀ କମ୍ପାନୀ କମାଣ୍ଡର ରାମକେସ ମୀନାଙ୍କ ଉପସ୍ଥିତିରେ ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପକରଣ ମାନ ପ୍ରଦାନ କରାଯାଇଛି।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡିମିରିଗୁଡ଼ା ଠାରେ ଥିବା ବି.କମ୍ପାନୀ ଚତୁର୍ଥ ବାଟାଲିୟନଙ୍କ ଦ୍ୱାରା ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡେପୁଟି କମାଡେଣ୍ଟ ମୁକେଶ ସିଂ ଓ ଚତ୍ରୁର୍ଥ ବାହିନୀ କମ୍ପାନୀ କମାଣ୍ଡର ରାମକେସ ମୀନା ଉପସ୍ଥିତ ରହି ଥିଲେ। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଚତୃର୍ଥ ବାଟାଲିୟନ ଦ୍ଵାରା ଅଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଘୁବାରୀ, ଦୋରା ଗାଁ, ଭାଲିଆପଦର, ଟିକରପଡା, ଡେମା ପଦର ଗ୍ରାମର ମହିଳା ଗୋଷ୍ଠୀଙ୍କୁ ମହୁମାଛି ଚାଷ ନିମନ୍ତେ ମଧୂମଖି ରହିବା ବସ୍କ, ଓ ଡିମିରିଗୁଡ଼ା ମହିଳା ଗୋଷ୍ଠୀଙ୍କୁ ମହବତି ତିଆରି ପାଇଁ ଉପକରଣ ସହ କଞ୍ଚା ମାଲ ଯୋଗାଇ ଦିଆଯାଇଛି। ଏସ ଆଇ ସୁନାକର ଜେନା ଏସ ଆଇ ରାମ ସିଂ,ଏସ ଆଇ ଅକ୍ଷୟ କୁମାର ଓ ସୁନୀଲ କୁମାର, ଡିମିରିଗୁଡା ସରପଞ୍ଚ ଚୁମୁଲି ମାଝୀ, ରଘୁବାରି ସରପଞ୍ଚ ନାଉଙ୍ଗା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବା ବେଳେ ଚତୁର୍ଥ ବାଟାଲିୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।