ମୁନିଗୁଡା : (ରମାକାନ୍ତ ପୋଡାଳ )ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥି ପୂର୍ବରୁ ନୂତନ ବୃକ୍ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ସ୍ଥାନରୁ ନୂତନ ବୃକ୍ ଗଠନ ଦାବି ଉଠିବାରେ ଲାଗିଥିବା ବେଳେ ମୁନିଗୁଡା ବ୍ଲକ୍‌ରୁ ଅଲଗା କରି ଅମ୍ବାଦଳାରେ ନୂତନ ବୃକ୍ ଗଠନ ଦାବି ଜୋରଧରିଛି ।

ମୁନିଗୁଡା ବ୍ଲକ୍‌ର ୯ ପଞ୍ଚାୟତବାସୀ ଅମ୍ବାଦଳାରେ ନୂତନ ବ୍ଲକ୍ ଗଠନ ଦାବି କରିଆସୁଥିବା ବେଳେ।ଆଜି ଅମ୍ବାଦଳା ସାମ୍ବାଦିକ ସଂଘର ସଦସ୍ୟ ମାନେ ମୁନିଗୁଡ଼ା ବ୍ଲକ ବିଡ଼ିଓ କୃଷ୍ଟ ଚନ୍ଦ୍ର ଦଳପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦାବିପତ୍ର ପାଇବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଦଳପତି କହିଛନ୍ତି ।ମୁନିଗୁଡ଼ା ବ୍ଲକର ଜଗଦଲପୁର, ସରଧାପୁର, ଘମଟଗୁଡା, ରାଘୁବାରି, ଡିମିରିଗୁଡ଼ା, ଇଚ୍ଛାପୁର, ଅମ୍ଲାଭଟା, ଅମ୍ବାଦଳା, ରାଣୀପିଣ୍ଡା ଭଳି ପଞ୍ଚାୟତକୁ ନେଇ ନୂତନ ବ୍ଲକ୍ ଗଠନ ପାଇଁ ଦାବି ହୋଇଛି।