
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଚାଲିଛି ଅବାଧ ପଥର ବ୍ଲାଷ୍ଟିଙ୍ଗ।ବେଆଇନ ବ୍ଲାଷ୍ଟିଙ୍ଗ କରି ପାହାଡ଼ରୁ ପଥର ଲୁଟୁଛନ୍ତି ମାଫିଆ।ବିଲୁପ୍ତ ହୋଇଗଲାଣି ଅଧା ପାହାଡ।କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଖଣି ବିଭାଗ। ଘନଘନ ପଥର ବିସ୍ପୋରଣର ବିକଟାଳ ଶବ୍ଦରେ କମ୍ପୁଛି ଅଞ୍ଚଳ। ଥରି ଉଠୁଛି ଘରଦ୍ୱାର।ଦୁର୍ବିସହ ହୋଇପଡିଛି ସ୍ଥାନୀୟ ଜନ ସାଧାରଣଙ୍କ ଜନ ଜୀବନ।ବାହାର ଜିଲ୍ଲାକୁ ପଥର ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି ପଥର ମାଫିଆ। ହେଲେ ଏହାର କୂପରିଣାମର ଦଶା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ।ମାସିକିଆ ବଟିନେଇ ହାତବାନ୍ଧି ବସିଛନ୍ତି ଅଧିକାରୀ।
ଏଭଳି ଏକ ସ୍ପର୍ଶ କାତର ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ବୀରପ୍ରତାପପୁର ଗ୍ରାମରେ। ଦୀର୍ଘଦିନ ହେଲା ସ୍ଥାନୀୟ ପାହାଡରେ ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରି ଉତ୍ତୋଳନ କରୁଛି ARSS ନାମକ ଏକ ବେସରକାରୀ ଠିକାସଂସ୍ଥା।ସବୁଠାରୁ ବଡ କଥାହେଲା।ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ ବୀରପ୍ରତାପପୁର ଗ୍ରାମ୍ୟ ଜଙ୍ଗଲ ଲୁପ୍ତ ହେବାକୁ ବସିଲାଣି।ଅଥଚ ବୌଦ୍ଧ ଖଣି ବିଭାଗ ନିକଟରେ କୌଣସି ଖବର ନାହିଁ।ଜିଲ୍ଲା ମାଇନିଂ ଅଫିସରଙ୍କୁ ଭେଟି ଯେତେବେଳେ ପଚରାଗଲା। ସେ ସୀତା ମାଇ କି ଅଣ୍ଡିରା ସେ ଜାଣିନାହାନ୍ତି ନ୍ୟାୟରେ ଉତ୍ତର ରଖୁଛନ୍ତି ।କହୁଛନ୍ତି ସେଠାରେ ବ୍ଲାଷ୍ଟିଙ୍ଗ ପାଇଁ ଅନୁମତି ପାଇଛି ନାଁ ନାଇଁ ତାର ତଦନ୍ତ ହେବ।ଯଦି କେହି ବେଆଇନ ଭାବେ ତାହା କରୁଥାଏ ତା ହେଲେ ବିଧି ବ୍ୟବସ୍ଥା ଅନୁଯାଇ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତେଜିବାରେ ଲାଗିଛି ପୁଞ୍ଜିଭୁତ ଅସନ୍ତୋଷ।ପ୍ରଶାସନ ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ବିନା ସତର୍କ ସୂଚନାରେ କରାଯାଉଛି ପଥର ବିସ୍ପୋରଣ ।ବ୍ଲାଷ୍ଟିଙ୍ଗି କମ୍ପନରେ ଥରୁଛି ବିରପ୍ରତାପପୁର ଓ ଆଖପାଖ ଅଞ୍ଚଳ।ପଥର ପଡି ଫାଟି ଯାଉଛି ଘରର ଆଜବେଷ୍ଟସ ଓ କାନ୍ଥ ।ଗାଁ ମଝିରେ ପଡୁଛି ବଡ ବଡ ପଥର ଖଣ୍ଡ ।ବ୍ଲାଷ୍ଟିଙ୍ଗ ପଥର ବାଜି ଅନେକ ଲୋକ ଆହତ ବି ହେଲେଣି।ଦେହ ଉପରେ ପଥର ଖଣ୍ଡ ପଡିବା ଭୟରେ ଦାଣ୍ଡରେ ଖେଳୁ ନାହାନ୍ତି ପିଲେ।ଦିନବେଳା ଘରୁ ବାହାରି ବାକୁ ଡରୁଛନ୍ତି ଲୋକେ ।ନିରୁପାୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ କାଟୁଛନ୍ତି ଦିନ ।
ଅନ୍ୟପଟେ ବିନା ବିଭାଗୀୟ ଅନୁମତିରେ ଖୁଲମ ଖୁଲ୍ଲା ଭାବେ ଚାଲିଛି ଲଘୁଖଣିଜ ଲୁଣ୍ଠନ ।କେତେ ପଥର ଉତ୍ତୋଳନ ହେଲା କେତେ କୁଆଡେ ଗଲା ଦେଖିବାକୁ କେହିନାହିଁ। କୋଟି କୋଟି ଟଙ୍କାର ପଥର ବାହାର ଜିଲ୍ଲାକୁ ଚାଲାଣ କରୁଛି ଠିକାସଂସ୍ଥା । ଗାଁ ଠାରୁ ମାତ୍ର ୨୦୦ମିଟର ଦୂରରେ ହେଉଛି ଏହି ବେଆଇନ ପଥର ବ୍ଲାଷ୍ଟିଙ୍ଗି। ସବୁ ଜାଣିଶୁଣି ନିଦାବିଷ୍ଣୁ ହୋଇ ଚୁପ ବସିଛି ମାଇନିଂ ବିଭାଗ।ଯଦି ଗ୍ରାମବାସୀ କିଛି ଅଘଟଣର ଶିକାର ହୁଅନ୍ତି ସହ କିଛି ଦୁର୍ଘଟଣା ଘଟେ ଏଥିପାଇଁ ଜିଲ୍ଲା ପ୍ରଶାସନ ସେଥିପାଇଁ ଦାୟୀ ରହିବ ବୋଲି କହିଛନ୍ତି ଗ୍ରାମବାସୀ ।