
ବୌଦ୍ଧ : (ଚିତ୍ତରଞ୍ଜନ ସିଂ )ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବୌଦ୍ଧ (ଚିତ୍ତରଞ୍ଜନ ସିଂହ) କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଜ଼ିଲ୍ଲା ସ୍ତରୀୟ ) ଦ୍ଵିତୀୟ ପ୍ରସ୍ତୁତି ବୈଠକ ର ସମୀକ୍ଷା କରିଥିଲେ |
ବୈଠକ ରେ ଜିଲାସ୍ତରୀୟ ଷ୍ଟିୟରିଙ୍ଗ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଦନ ମୋହନ ପ୍ରଧାନ, ଡି. ଏମ. ଡ଼. ସଂଘମିତ୍ରା ପଣ୍ଡା, ଏ.ଡି.ପି.ଏଚ.ଓ (ଏଫଡବ୍ଲୁ) ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ |
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ତାରିଖ, ସମୟ ନିର୍ଧାରଣ ନ ହୋଇ ଥିବା ବେଳେ ଏହି କାର୍ଯ୍ୟକ୍ରମ ୧୨ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ନେଇ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷ ୩ ହଜାର ୫୫୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଥିବା ଜଣାଯାଇଛି । କମନ ସର୍ଭିସ ସେଣ୍ଟର ଗୁଡିକ କାର୍ଡ ପଞ୍ଜିକରଣ ଓ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l