
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) : ଫଗୁଣ ଆସିଲେ ମହୁଲ ଗଛ ରେ ପେନ୍ଥା ପେନ୍ଥା ମହୁଲ ଫୁଲ ଫୁଟି ଥାଏ, ଏହି ଫୁଲ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ରୋଜଗାର ର ଏକ ମାଧ୍ୟମ ସାଜି ଥାଏ, ସେଥିପାଇଁ ଭୋର୍ ରୁ ଜଙ୍ଗଲ କୁ ଯାଇ ମହୁଲ ଫୁଲ ସଂଗ୍ରହ କରି ଭଲ ଦୁଇ ପଇସା ପାଇବା ର ଆସା ରଖିଥାନ୍ତି ଲୋକେ, ମହୁଲ ଗୋଟାଇ ତାକୁ ବିକିବା ପାଇଁ ପ୍ରସ୍ତୁତ୍ କରିବାକୁ ତାଙ୍କୁ ଆଠ ରୁ ଦଶ ଦିନ ଲାଗି ଥାଏ ,ହେଲେ ତାକୁ ବିକ୍ରିକରିବାକୁ ସରକାରୀ ସୁବିଧା ନ ଥିବାରୁ ପ୍ରତି ବର୍ଷ ଅଭାବୀ ବିକ୍ରି ର ଶିକାର୍ ହୋଇ ଶାଗ ମାଛ ଦର ରେ ଦଲାଲ୍ ହାତରେ ଟେକି ଦେଉ ଥିବା ଅଭିଯୋଗ କରି ଛନ୍ତି ମହୁଲ ଗୋଟାଳି।
ପୂର୍ବ ଅପେକ୍ଷା ମହୁଲ ମଦ ର ମୂଲ୍ୟ ବୃଦ୍ଧି ହେବା ସହିତ ସରକାର୍ ମହୁଲ ମଦ ରୁ ପ୍ରଚୁର ରାଜସ୍ବ ପାଉଥିବା ବେଳେ ମହୁଲ ଗୋଟାଳି ର ହାତ ଖାଲି। ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ ମହୁଲ ର ସରକାରୀ ମୂଲ୍ୟ ଧାର୍ଯ୍ୟ କରିବା ସହିତ ପଞ୍ଚାୟତ ସ୍ତର ରେ କ୍ରୟ କରିବା ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବୀ ହେଉଛ।