
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ ). ପରିବେଶ ପ୍ରଦୂଷଣ ନିୟନ୍ତ୍ରିତ, ତାପମାତ୍ରା ହ୍ରାସ ଓ ଔଷଧୀୟ ବୃକ୍ଷ ର ଅଭାବୀ ନେଇ ବୌଦ୍ଧ ବନଖଣ୍ଡ ପକ୍ଷରୁ ସାମ୍ପୋଚ ପଂଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଜଗନ୍ନାଥ ସଡ଼କ କଡରେ ପ୍ରାୟ 3ଏକର ବିଶିଷ୍ଟ ସରକାରୀ ଜାଗାରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ 2500ଟି ଚାରା ଲଗାଯାଇ ଔଷଧୀୟ ବୃକ୍ଷ ଉଦ୍ୟାନ ନିର୍ମାଣ କରାଯାଇଥିଲା l
ଏବଂ ଏହି ଉଦ୍ୟାନ କୁ ପୂର୍ବତନ ଜଙ୍ଗଲ ପରିବେଶ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ 3/11/2023ରେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ତତ କାଳୀନ ଜିଲ୍ଲା ପାଳ ନୃସିଂହ ଚରଣ ସ୍ୱାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପୋ ମଧ୍ୟ ଉଦ୍ଘାଟନୀ ଉତ୍ସବ ରେ ସାମିଲ ରହିଥିଲେ l ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ କୁ ବିଭାଗ ର ବେପରୁଆ ମନୋଭାବ, ଲାଭଖୋର ନୀତି ନେଇ ଆଜି ସଂପୂର୍ଣ୍ଣ ଉଜୁଡି ଯାଇଛି ଓଷଧୀୟ ଉଦ୍ୟାନ l ଅନାବନା ଘାସରେ ପରିପୂର୍ଣ୍ଣ, 2500 ଲଗାଯାଇଥିବା ଚାରା ଗୁଡିକ ଯତ୍ନ ଅଭାବ ରୁ ମରିଗଲାଣି l ସେପଟେ ଗାଈ ଗୋରୁ ଛେଳି ମେଣ୍ଢା ଙ୍କ ଚରା ଭୂଇଁ ସହିତ ଚାଷୀ ଙ୍କ ଖଳା ପାଲଟିଛି l
ଚାଷୀ ଉକ୍ତ ଉଦ୍ୟାନ ରେ ଡାଲି ଜାତୀୟ ଫସଲ ଅମଳ କରି ଗଦା କରିବା ଓ ଧାନ ଖଳା କରି ଧାନ ମଡାଇବା ରେ ବ୍ୟବହାର କରୁଛି lଏପଟେ ଉଦ୍ୟାନ କୁ ସୁରକ୍ଷା ଦେବାପାଇଁ ଦିଆଯାଇଥିବା ତାର ବାଡ଼ ଉଦ୍ୟାନ ର ପୂର୍ବ ଦିଗରୁ ସଂପୂର୍ଣ୍ଣ ଚୋରି ହୋଇ ଗଲାଣି l ନିଦାବିଷ୍ଣୁ ସାଜିଛି ବିଭାଗ l ରାଜ୍ୟ ସରକାର ଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମହତାକାଂକ୍ଷୀ ଯୋଜନା ବିଭାଗ ର ବେପରୁଆ ସକାଶେ ଧୋଂଶ ହୋଇଛି ବୋଲି ପରିବେଶ ବିତ ଓ ଶ୍ୟାମସୁନ୍ଦର ପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି l