
କେସିଙ୍ଗା ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତୁର୍ଲା ଉପ ମଣ୍ଡଳ ଅଧୀନ ସିନ୍ଧିବାହାଳୀ ଗ୍ରାମରେ କ୍ଷେତ୍ରୀୟ ପାଇକ ସମାଜ ର ବ୍ଲକ ସ୍ତରୀୟ ସଭାପତି ପ୍ରସନ୍ନ ଚିନ୍ଦା ଓ ସମ୍ପାଦକ ହିମାଞ୍ଚଳ କଂହର ଙ୍କ ଅଧ୍ୟକ୍ଷତା ରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ରେ ବ୍ଲକ ର ଶତାଧିକ କ୍ଷେତ୍ରୀୟ ପାଇକ ସମାଜ ର ମହିଳା ଯୁବପିଢ଼ି ବର୍ଗ ଯୋଗଦେଇଥିଲେ |
ଏଥିରେ ଧନଞ୍ଜୟ ବିଶି ମୁଖ୍ୟ ଅତିଥି ଏବଂ ମଣ୍ଡଳ ସଦସ୍ୟ ମୋହନ ଚିନ୍ଦା ଉପସ୍ଥିତ ଥିଲେ | ବୈଠକ ରେ ମହିଳା କମିଟି ଗଠନ କରାଯାଇ ସମାଜ ର ଯୁବପିଢ଼ି ଯେପରି ଶିକ୍ଷା, କ୍ରୀଡା, ଶାରୀରିକ, ଏବଂ ଚାକିରୀ କ୍ଷେତ୍ରରେ ଅଗ୍ରସର ହେବେ ଏବଂ ନିଶା ନିବାରଣ ସହ ସମାଜ ର ଉନତି ଉପରେ ଆଲୋଚନା ହୋଇଥିଲା |ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାଧନ ପ୍ରଧାନୀ, ମାଧବ ବିଶି, ସୁରେଶ ଚିନ୍ଦା, ଧନସିଂ ଠାକୁର,ପ୍ରମୁଖ ଯୋଗଦେଇ ଥିଲେ |