
ପୁରୀ:ଶ୍ରୀକ୍ଷେତ୍ର ସହିଯାତ ର ଦ୍ଵିତୀୟ ସନ୍ଧ୍ୟା ।ବିରବାଦ୍ୟ ରେ କମ୍ପୁଥିଲା ଶ୍ରୀମନ୍ଦିର ଚତୁର୍ପାଶ୍ୱ।ଶ୍ରୀମନ୍ଦିର ପରମ୍ପରା କ୍ରମେ ସମ୍ପନ ହୋଇଥିଲା ରାମଲୀଳା ର ଯଜ୍ଞ ରକ୍ଷା ପ୍ରସ୍ତାବ ।ହରଚଣ୍ଡୀ ସାହି ପକ୍ଷରୁ ଅସୁର ସୁବାହୁ ଓ ମାରିଚ(ନାକ ଓ କାନ)ବାହାରିଥିଲେ ।କୃଷ୍ଣା ମହାପାତ୍ର ଓ ସୋମନାଥ ବେହେରା ସୁବାହୁ ଓ ମାରିଚ ଭୂମିକା ରେ ଅବତୀର୍ଣ୍ଣ ହୋଇଥିଲେ ।ପଟୁଆର ରେ ବିଶ୍ଵାମିତ୍ର ଋଷିଙ୍କ ସହ ଥିଲେ ଶ୍ରୀ ରାମ ଓ ଲକ୍ଷ୍ମଣ ।
ରାମ ଭୂମିକାରେ ବଳିଆ ସାହୁ ,ଲକ୍ଷ୍ମଣ ଭୂମିକା ରେ ଇନ୍ଦ୍ର ବରାଳ ବିଶ୍ଵାମିତ୍ର ଭୂମିକା ରେ ଅମ୍ଳାନ କୁମାର ନନ୍ଦ ସଜିତ ହୋଇ ନୀତି ସମ୍ପାଦନ କରିଥିଲେ ହରଚଣ୍ଡୀ ସାହି ଆଖଡା ଧ୍ବଜା ଗଡ଼ ଜାଗା ପକ୍ଷରୁ ଜାତ ବାହାରିଥିଲା ।ଏହି ପଟୁଆର ସାହି ପରିଭ୍ରମଣ କରିବା ପରେ ଜଗନ୍ନାଥ ବଲଭ ମଠରେ ପହଞ୍ଚି ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ପ୍ରସ୍ତାବ ସମ୍ପନ ହୋଇଥିଲା ।ବିରବାଦ୍ୟ ର ତାଳେ ତାଳେ ନାକ ଓ କାନ ନୃତ୍ୟ ପରିବେଷଣ କରିଥିଲେ ସହ ସହ ଦର୍ଶକ ସାହିଯାତ ର ମଜା ନେଇଥିଲେ ହରଚଣ୍ଡୀ ସାହି ପ୍ରଦକ୍ଷଣ ପରେ ବାଲିସାହି ହେଇ ଶେଷରେ ବଡଦାଣ୍ଡ ସ୍ଥିତ ଜଗନ୍ନାଥ ବଲଭ ମଠରେ ପହଞ୍ଚିଥିଲା ପଟୁଆର ।
ସେଠାରେ ଠାକୁରଙ୍କ ଚଳନ୍ତି ପ୍ରତିମା ବିଜେ ହୋଇଥିଲେ।ଶ୍ରୀରାମ ଲୀଳାର ଯଜ୍ଞ ରକ୍ଷା ନୀତି ସମ୍ପନ ହୋଇଥିଲା।ହରଚଣ୍ଡୀ ସାହି ଆଖଡା ର ସଭାପତି ସାଗର ଦୀନବନ୍ଧୁ ପ୍ରତିହାରୀ ,ସମ୍ପାଦକ କୋଠାରୀ ନାରାୟଣ ମେକାପ ,ପରିଚାଳକ ଜିତେଶ କୁମାର ସାହୁ ଓ ଅନ୍ୟ ଜାଗା ଆଖଡା ର କର୍ମକର୍ତ୍ତା ମାନେ ପରସ୍ପର ସମନ୍ୱୟ ରକ୍ଷାକରି ଠାକୁର ଙ୍କ ନୀତି ସମ୍ପାଦନ ରେ ସହଯୋଗ କରିଥିଲେ।