
ପୁରୀ ; (ମନୋଜ କୁମାର ବଳିଆରସିଂ )ଆପଣ ଜାଣନ୍ତି, ଭୁବନେଶ୍ଵର ମହାନଗର ନିଗମର ସମସ୍ତ ବିଷାକ୍ତ ବର୍ଜ୍ୟବସ୍ତୁ ଯଥା- ଡାକ୍ତର, ଖାନା ହୋଟେଲ ଓ ପାଇଖାନା ଆଦିର ବିଷାକ୍ତ । ପଦାର୍ଥ ଓ ମୃତ ପଶୁପକ୍ଷୀଙ୍କୁ ଗଙ୍ଗୁଆ ନଦୀ ଜଳରେ ପକାଯାଉଛି । ଫଳରେ ଉକ୍ତ ବିଷାକ୍ତ ଜଳ ପିପିଲି ବ୍ଳକର କଣ୍ଟିଗ୍ରାମ ନିକଟରେ । ଦୟାନଦୀରେ ପ୍ରବେଶ କରି ପିପିଲି, ଡେଲାଙ୍ଗ ଓ କଣାସ ଅଞ୍ଚଳ ଦେଇ ଚିଲିକା ହ୍ରଦରେ ମିଶୁଛି । ତେଣୁ ଉକ୍ତ ତିନୋଟି ବ୍ଲକର ଧାନ, ମୁଗ, ବିରି, ପନିପରିବା, ବାଦମ ଆଦି ଫସଲ ନଷ୍ଟ ହୋଇଯାଉଛି । ଏହି ପାଣିର ପ୍ରଭାବରେ । ମାଛ, ଗେଣ୍ଡା, କୋଚିଆ ଆଦି ଜଳଜୀବ ଓ ଚିଲିକାର ମତ୍ସ୍ୟସମ୍ପଦ ମଧ୍ୟ ଧ୍ବଂସ ହେବାରେ ଲାଗିଛି । ଏହି ଅଞ୍ଚଳର ମତ୍ସ୍ୟଜୀବୀ ଜୀବିକା ହରାଇ ଆଜି ଦାଦନ ଶ୍ରମିକ ପାଲଟିଛନ୍ତି । ଉକ୍ତ ବିଷାକ୍ତ ପାଣି ବ୍ୟବହାର କରି ନଦୀକୂଳିଆ ହଜାର ହଜାର ଲୋକ ଚର୍ମରୋଗ, ଜଣ୍ଡିସ, କିଡନୀ ରୋଗ ଓ ହୃଦ୍ରୋଗରେ ପୀଡିତ ହେଉଛନ୍ତି । ନିକଟରେ କଣାସ ଅଞ୍ଚଳରେ ଉକ୍ତ ବିଷାକ୍ତ ଜଳ ଯୋଗୁଁ ହଇଜା ବ୍ୟାପୀ ୬ ଜଣଙ୍କ ଜୀବନହାନୀ ଘଟିଛି ।
ଦୁଃଖର କଥା ହଇଜାର ଏହି ମୃତ୍ୟୁକୁ ସରକାର ଅସ୍ବୀକାର କରୁଛନ୍ତି ।ପୁରୀ ଜିଲ୍ଲାର ମୁଗ, ବିରି, ଧଳା ଧଳା ସାହେବି ରୋଗରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଉଛି ଲୋକଙ୍କର ଆନ୍ଦୋଳନ ଓ ଖବରକାଗଜ, ଟିଭିରେ ଉକ୍ତ ସମ୍ବାଦ ପ୍ରକାଶ ପାଇଥିଲେ ବି, ସରକାର ଏହାର ପ୍ରତିକାର କରୁନାହାଁନ୍ତି । ଏବର୍ଷ ରବି ଧାନ ଚାଷ ଅଦିନିଆ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା କାରଣରୁ ଲୁଣା ନଦୀରେ ଜଳ ପ୍ରବାହକୁ ମଇ ମାସ ଶେଷ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ଜରୁରୀ ହୋଇପଡ଼ିଛି ।
ଦାବି :
୧) ଦୂଷିତ ଗଙ୍ଗୁଆ ଜଳକୁ ଦୟାନଦୀରେ ଛାଡ଼ିବା ବନ୍ଦ କର ।
9)
ଏହି ଜଳ ଯୋଗୁଁ କ୍ଷତିଗ୍ରସ୍ତ ପରିବା ଚାଷୀ, ମୁଗ, ବିରି ଚାଷୀଙ୍କୁ କ୍ଷତିପୂରଣ ମିଳୁ ।
୩) ଲୁଣା ନଦୀରେ ରବି ଧାନ ପାଇଁ ଜଳ ପ୍ରବାହ ମଇ ମାସ ପର୍ଯ୍ୟନ୍ତ ଚାଲୁ ରହୁ ।
ଏହି ପ୍ରତିବାଦ ମାଧ୍ୟମରେ ଜିଲାପଳା ଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏହାର ବିହିତ ଦାବି କରିଛନ୍ତି ।
II ନିବେଦକ ॥
ଅଖୀଳ ଭାରତ କୃଷକ ମହାସଭା, ଦୟା ସୁରକ୍ଷା ଅଭିଯାନ, ଚିଲିକା ସୁରକ୍ଷା ଅଭିଯାନ।
ସତ୍ୟନାରାୟଣ ପ୍ରଧାନ ,ଆଲୋକ ପ୍ରଧାନ,ଶ୍ରୀନିବାସ ନାୟକ ,ଯୁଧିଷ୍ଠିର ମହାପାତ୍ର, ଅନାଦି ବେହେରା ।